ଇସଲାମାବାଦ: ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ପାକିସ୍ତାନ ଆକଶମାର୍ଗରେ ଉଡ଼ିବ। ଏଥିପାଇଁ ପାକିସ୍ତାନ ସରକାର ଭାରତ ହାଇକମିଶନରଙ୍କ ଅନୁରୋଧ କ୍ରମେ ଅନୁମତି ଦେଇଛନ୍ତି। ୧୩ ତାରିଖରେ ବିସସେକରେ ଆୟୋଜିତ ହେଉଛି ସାଂଘାଇ ସହଯୋଗ ସଂଗଠନ (ଏସସିଓ)। ଏହି ବୈଠକରେ ଭାରତ ପକ୍ଷରୁ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି। ବିସସେକ ଯିବା ପାଇଁ ଏବେ ଦୁଇଟି ରାସ୍ତା ରହିଛି। ଯେଉଁଥିରୁ ଦକ୍ଷିଣ ପାକିସ୍ତାନର କିର୍ଗିସ୍ଥାନ ଆକଶମାର୍ଗ ଅନ୍ୟତମ।
ଫେବୃଆରୀ ୨୬ ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ଆକଶ ମାର୍ଗକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲା ପାକିସ୍ତାନ। ମୋଟ ୧୧ଟି ରାସ୍ତାରୁ ଏବେ ମାତ୍ର ଦୁଇଟି ରାସ୍ତା ଖୋଲିଛି ପାକିସ୍ତାନ। ତେଣୁ ବିସସେକ୍ ଯିବା ପାଇଁ ଦକ୍ଷିଣ ପାକିସ୍ତାନ ଆକାଶ ମାର୍ଗ ଗୋଟିଏ ରାସ୍ତା ରହିଛି ଭାରତ ପାଇଁ। ଏହି ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ମଧ୍ୟ ଯୋଗଦେବେ। ତେବେ ଉଭୟଙ୍କ ମଧ୍ୟରେ କୌଣସି ସାକ୍ଷାତ ହେବ ନାହିଁ।
ପୂର୍ବରୁ ମେ ମାସରେ ମଧ୍ୟ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏସସିଓର ଏକ ବୈଠକକୁ ଯାଇଥିଲେ। ସେତେବେଳେ ମଧ୍ୟ ପାକିସ୍ତାନ ସରକାର ସୁଷମାଙ୍କ ପାଇଁ ଆକଶ ମାର୍ଗ ଖୋଲିଥିଲେ।
ତେବେ ଆବଶ୍ୟକ କିଛି ସରକାରୀ ନିଷ୍ପତ୍ତି ପରେ ପାକିସ୍ତାନ ସରକାର ସମ୍ପୂର୍ଣ୍ଣ ସୂଚନା ଦେବେ ବୋଲି ଜଣାପଡ଼ିଛି। ଏଥିସହ ବେସାମରିକ ବିମାନ ଚଳାଚଳ ଅଧିକାରୀଙ୍କୁ ଏ ବାବଦରେ ସୂଚନା ଦିଆଯିବ ବୋଲି ପାକିସ୍ତାନର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ପାକିସ୍ତାନର ଏହି ସହଯୋଗ ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଓ ସକରାତ୍ମକ ଆଲୋଚନା ପାଇଁ ଅନୁକୂଳ ହେବ ବୋଲି ପାକିସ୍ତାନ ଆଶା ରଖିଛି।
ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଶ୍ମୀର ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ଭାରତ ଆଜି ଯାଏ ଏହାର ଜବାବ ଦେଇନାହିଁ।
from Odisha Reporter http://bit.ly/2XDEELk
No comments:
Post a Comment