ବଦଳିଲା ସାମୁଦ୍ରିକ ଝଡ଼ ‘ବାୟୁ’ର ଗତିପଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 12, 2019

ବଦଳିଲା ସାମୁଦ୍ରିକ ଝଡ଼ ‘ବାୟୁ’ର ଗତିପଥ

ଅହମଦାବାଦ: ଆଜି ଗୁଜରାଟ ଉପକୂଳରେ ସାମୁଦ୍ରିକ ଝଡ଼ ‘ବାୟୁ’ ଲ୍ୟାଣ୍ଡଫଲ କରିବ ବୋଲି ସୂଚନା ଦିଆଯାଇଥିଲା। କିନ୍ତୁ ରାତିରେ ‘ବାୟୁ’ର ଗତିପଥ ବଦଳିଥିବା ସୂଚନା ମିଳିଛି। କେବଳ ସମୁଦ୍ର ଉପକୂଳ ଛୁଇଁ ଏହି ବାତ୍ୟା ପଳାଇବ ବୋଲି ଆକଳନ କରାଯାଇଛି। ହେଲେ ଏହାର ପ୍ରଭାବରେ ଉପକୂଳ ଜିଲ୍ଲା ଗୁଡ଼ିକରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।

ଆରବ ସାଗରରେ ସୃଷ୍ଟ ‘ବାୟୁ’ ଏବେ ଗୁଜରାଟର ଦକ୍ଷିଣପଶ୍ଚିମ ସ୍ଥିତ ଭେରଭାଲରୁ ୧୩୦ କିଲୋମିଟର ଦୂର ଏବଂ ପୋରବନ୍ଦରରୁ ୧୮୦ କିଲୋମିଟର ଦୂରରେ ଥିବା ଜଣାପଡ଼ିଛି। ଆଜି ଅପରାହ୍ଣରେ ସୌରାଷ୍ଟ୍ର ଉପକୂଳରେ ଏହି ସାମୁଦ୍ରିକ ଝଡ଼ ଲ୍ୟାଣ୍ଡଫଲ୍ କରିବ ବୋଲି ସୂଚନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୩୫ରୁ ୧୪୫ କିଲୋମିଟର ରହିପାରେ।

ଗୁଜରାଟର ପୋରବନ୍ଦରରେ ଥିବା ଚୌପଟ୍ଟି ସମୁଦ୍ର ତଟ ଅଶାନ୍ତ ହୋଇ ପଡ଼ିଛି। ଆଜି ପୋରବନ୍ଦର ଏବଂ ମହୁଭରେ ଭିତରେ ଏହି ସାମୁଦ୍ରିକ ଝଡ଼ ଲ୍ୟାଣ୍ଡଫଲ କରିବ।

 ସାମୁଦ୍ରିକ ଝଡ଼ ବାୟୁ ଲ୍ୟାଣ୍ଡଫଲ କରିବା ପୂର୍ବରୁ ଗୁଜରାଟର ଗିର ସୋମନାଥ ଜିଲ୍ଲାରେ ଥିବା ସୋମନାଥ ମନ୍ଦିରର ପ୍ରବେଶ ପଥ ଅତ୍ୟଧିକ ପବନରେ ଭାଙ୍ଗିରୁଜି ଯାଇଛି।

‘ବାୟୁ’ ଲ୍ୟାଣ୍ଡଫଲ୍ କରିବା ପୂର୍ବରୁ ଗୁଜରାଟ ଉପକୂଳବର୍ତ୍ତୀ ଅଞ୍ଚଳରେ ଜୋରରେ ପବନ ବହୁଥିବା ବେଳେ ଅନ୍ୟାନ୍ୟ ଅଞ୍ଚଳରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି। ସମୁଦ୍ର ମଧ୍ୟ ଅଶାନ୍ତ ହୋଇପଡ଼ିଛି। ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫର ୫୨ଟି ଓ ଏସଡିଆରଏଫର ୯ଟି ଟିମ୍‌ ଆଲର୍ଟ ରହିଛି। ରାଜ୍ୟ ସରକାର ଲୋକଙ୍କ ପାଇଁ ହେଲ୍ପଲାଇନ ନମ୍ୱର ମଧ୍ୟ ଜାରି କରିଛନ୍ତି।

ବାତ୍ୟା ‘ବାୟୁ’କୁ ଦୃଷ୍ଟିରେ ରଖି ୫୦୦ଟି ଗାଁର ୨ ଲକ୍ଷ ୧୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ୧୦ ହଜାର ପର୍ଯ୍ୟଟକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି। ସେହିପରି ୧୧୦ଟି ଟ୍ରେନ୍‌କୁ ବାତିଲ କରାଯାଇଥିବା ସୂଚନା ରହିଛି। ପ୍ରବଳ ବେଗରେ ପବନ ବହୁଥିବାରୁ ଗତକାଲି ରାତିରୁ ବିମାନବନ୍ଦର ବନ୍ଦ ରଖାଯାଇଛି। ପୋରବନ୍ଦର, ଦୀବ, ଭାବାନଗର, କେଶୋଦ ଆମ୍ବା କାଣ୍ଡଲାରେ ବିମାନ ସେବା ବନ୍ଦ ରହିଛି। ଏଥିସହ ଆଜି ଏବଂ କାଲି ସମସ୍ତ ସ୍କୁଲ ଓ କଲେଜଗୁଡ଼ିକୁ ବନ୍ଦ କରି ଦିଆଯାଇଛି।



from Odisha Reporter http://bit.ly/2IbJr1j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages