୨୧୦୦ ଚାଷୀଙ୍କ ଋଣ ଶୁଝିଲେ ବିଗ୍‌-ବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 12, 2019

୨୧୦୦ ଚାଷୀଙ୍କ ଋଣ ଶୁଝିଲେ ବିଗ୍‌-ବି

ମୁମ୍ବାଇ: ବଲିଉଡର ଶେହେନଶାହ ଅମିତାଭ ବଚ୍ଚନ ପୁଣିଥରେ ନିଜ ଉଦାରତାର ପରିଚୟ ଦେଇଛନ୍ତି। ସେ ପୁଣିଥରେ ଅସହାୟ ଚାଷୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଅମିତାଭ ବିହାରର ୨୧୦୦ ଜଣ ଚାଷୀଙ୍କ ଋଣ ଶୁଝିଦେଇଛନ୍ତି। ଏ ସମ୍ପର୍କିତ ସୂଚନା ବିଗ୍‌ ବି ବ୍ଲଗ ଜରିଆରେ ଫ୍ୟାନ୍‌ଙ୍କୁ ଦେଇଛନ୍ତି।   ସେ ଲେଖିଛନ୍ତି, “ପ୍ରତିଶୃତି ପୂରା ହେଲା। ବିହାରର ଯେଉଁ ଚାଷୀମାନଙ୍କର ଋଣ ବକେୟା ଥିଲା, ସେମାନଙ୍କ ମଧ୍ୟରୁ ୨୧୦୦ ଚାଷୀଙ୍କୁ ବଛାଗଲା ଓ ଓଟିଏସ୍ (ୱାନ୍‌ ଟାଇମ୍‌ ସେଟେଲମେଣ୍ଟ) ସହ ସେମାନଙ୍କର ଋଣ  ଶୁଝିଦିଆଗଲା। ଏମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ‘ଜନକ’(ଅମିତାଭଙ୍କ ବଙ୍ଗଳା)କୁ ଡକାଗଲା ଓ ବ୍ୟକ୍ତିଗତ ଭାବେ ଶ୍ୱେତା ଓ ଅଭିଷେକ ବଚ୍ଚନଙ୍କ ହାତରେ ଏ ସମ୍ପର୍କୀତ କାଗଜପତ୍ର ଦିଆଗଲା।”

ଆପଣଙ୍କୁ ଜଣାଇଦେବାକୁ ଚାହୁଁ ଯେ ଏହା ପ୍ରଥମ ଥର ନୁହେଁ ଯେବେ ଅମିତାଭ ଚାଷୀଙ୍କ ସାହାଯ୍ୟ କରୁଛନ୍ତି। ଗତବର୍ଷ ମଧ୍ୟ ଉତ୍ତରପ୍ରଦେଶର ହଜାର ହଜାର ଚାଷୀଙ୍କର ଋଣ ସେ ଶୁଝିଥିଲେ । ପୂର୍ବରୁ ଅମିତାଭ ମହାରାଷ୍ଟ୍ରର ୩୫୦ ଚାଷୀଙ୍କ ଋଣ  ଶୁଝିଥିଲେ। ଏହା ବ୍ୟତୀତ ଅମିତାଭ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହିଦ ହୋଇଥିବା ୪୪ ଯୱାନଙ୍କ ପରିବାରକୁ ମଧ୍ୟ ଆର୍ଥିକ ସାହାଯ୍ୟ କରିଥିଲେ।



from Odisha Reporter http://bit.ly/2Zm8CUE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages