ଇଲେକ୍ଟ୍ରୀ ଜିନିଷ ଭିତରେ ଥିବା ଏହି ପ୍ୟାକେଟ୍‌ କ‘ଣ ଜାଣିଛନ୍ତି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 9, 2019

ଇଲେକ୍ଟ୍ରୀ ଜିନିଷ ଭିତରେ ଥିବା ଏହି ପ୍ୟାକେଟ୍‌ କ‘ଣ ଜାଣିଛନ୍ତି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଜାରରୁ ଜୋତା, ପର୍ସ, ବ୍ୟାଗ୍‌, ଇଲେକ୍ଟ୍ରୀ ଜିନିଷ ଇତ୍ୟାଦି କିଣିଲେ ସେସବୁ ଭିତରେ ଛୋଟ ଛୋଟ ପ୍ୟାକେଟ୍‌ ଥିବାର ଆପଣ ଦେଖିଥିବେ। ଆମେ ପ୍ରାୟ ଏହାକୁ ଦେଖି କିଛି କାମରେ ଆସିବ ନାହିଁ ବୋଲି ଭାବି ଫୋପାଡ଼ି ଦେଇଥାଉ। କିନ୍ତୁ ଆପଣ ଜାଣିଛନ୍ତି କି, ଅଦରକାରୀ ଜିନିଷ ଭାବି ଫୋପାଡ଼ି ଦେଉଥିବା ପ୍ୟାକେଟ୍‌ ଆମର ଅନେକ କାମରେ ଆସିପାରେ।

ଏହାକୁ ସିଲିକା ଜେଲ୍‌ କୁହାଯାଏ। ଏହା ସିଲିକନ୍‌ ଡାଇଅକ୍‌ସାଇଡ୍‌ର ଏକ ରୂପ। ଯାହାକୁ ଏକ ପ୍ୟାକେଟ୍‌ରେ ଭର୍ତ୍ତି କରି କାମରେ ବ୍ୟବହାର କରାଯାଇଥାଏ। ଇଲେକ୍ଟ୍ରୀ ଜିନିଷ ଆଦ୍ରତା ଯୋଗୁ ଖରାପ ହେଇଯିବାର ବହୁତ ସମ୍ଭାବନା ଥାଏ। ତେଣୁ ଦାମିକା ଜିନିଷ ଶୀଘ୍ର ଖରାପ ନ ହେବା ପାଇଁ ସିଲିକା ଜେଲ୍‌କୁ ପ୍ୟାକେଟ୍‌ ଭିତରେ ରଖାଯାଇଥାଏ।

ଏହି ସିଲିକା ଜେଲ୍‌ ପଶୁମାନଙ୍କୁ କ୍ଷତି ପହଞ୍ଚାଇ ନ ଥାଏ କିନ୍ତୁ ଏହା ମଣିଷମାନଙ୍କ ପାଇଁ ବହୁତ କ୍ଷତିକାରକ ହୋଇଥାଏ। ସେଥିପାଇଁ ଛୋଟ ଛୁଆଙ୍କୁ ଏଥିରୁ ଦୂରେଇ ରଖନ୍ତୁ ବୋଲି ସିଲିକା ଜେଲ୍‌ର ପ୍ୟାକେଟ୍‌ ଊପରେ ଲେଖା ହୋଇଥାଏ।

ଆମେ ଆଜି ଆପଣଙ୍କୁ ଏହି ସିଲିକା ଜେଲ୍‌ର କିଛିଟା ବ୍ୟବହାର ବିଷୟରେ କହିବୁ, ଯାହାକୁ ବ୍ୟବହାର କରି ଫାଇଦା ଉଠାଇ ପାରିବେ।

ଏହା ଆପଣଙ୍କୁ ଅନେକ କ୍ଷେତ୍ରରେ ଫାଇଦା ଦେଇଥାଏ। ଏହା ଏକ ଶକ୍ତିଶାଳୀ ଅବଶୋଷକ। ଯାହା କି ପବନରେ ଥିବା ଆଦ୍ରତାକୁ ଶୋଷି ନେଇଥାଏ। ଏହା ଆପଣଙ୍କ କାଗଜପତ୍ରକୁ ସୁରକ୍ଷିତ ରଖିଥାଏ। ଆପଣ ଗଡ୍ରେଜ୍‌ରେ ଜରୁରୀ କାଗଜପତ୍ର, ପାସ୍‌ପୋର୍ଟ, ଜନ୍ମପ୍ରମାଣପତ୍ର, ସାର୍ଟିଫିକେଟ୍‌ ଇତ୍ୟାଦି ରଖିଥିଲେ ସେହି ଜାଗାରେ ସିଲିକା ଜେଲ୍‌ର ପ୍ୟାକେଟ୍‌ ରଖି ଦିଅନ୍ତୁ। ଏହା ଆପଣଙ୍କ କାଗଜପତ୍ରକୁ ବ୍ୟାକ୍ଟେରିଆଠାରୁ ସୁରକ୍ଷିତ ରଖିବ। ଏବଂ ଖରାପ ହେବାକୁ ଦେବ ନାହିଁ।

ଏହା ଡ୍ରେସ୍‌ ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ। ବର୍ଷା ଦିନେ ରଖିଥିବା ପ୍ରାୟ କପଡ଼ା ପତ୍ର ଖରାପ ହେଇଯାଏ। ସେତେବେଳେ ଆପଣ ସିଲିକା ଜେଲ୍‌ ପ୍ୟାକେଟ୍‌ ରଖି ଦିଅନ୍ତୁ। ଏହା ଆପଣଙ୍କ କପଡ଼ାକୁ ଖରାପ ହେବାକୁ ଦେବ ନାହିଁ। ଏବଂ କପଡ଼ାରୁ ଗନ୍ଧ ମଧ୍ୟ ହେବ ନାହିଁ।

ଗହଣା ପାଇଁ ମଧ୍ୟ ସିଲିକା ଜେଲ୍‌ ବହୁତ ଫାଇଦା ଦେଇଥାଏ। ବାୟୁରେ ଆଦ୍ରତା ଯୋଗୁ ଦାମିକା ଗହଣା କଳା ପଡ଼ିବା ସମ୍ଭାବନା ଅଧିକା ଥାଏ। ଏହା ନ ହେବା ପାଇଁ ଆପଣ ସିଲିକା ଜେଲ୍‌ ଗହଣା ଥିବା ଜାଗାରେ ରଖି ଦିଅନ୍ତୁ। ଏହା ଗହଣାକୁ ଖରାପ ହେବାକୁ ଦେବନହିଁ।



from Odisha Reporter http://bit.ly/2IrsX4c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages