ନୂଆଦିଲ୍ଲୀ: ନୂଆଦିଲ୍ଲୀର ପ୍ରମୁଖ ବିଜେପି ନେତା ବିଜେନ୍ଦ୍ର ଗୁପ୍ତାଙ୍କ ପତ୍ନୀ ଅଭିନବ ଉପାୟରେ ଠକେଇର ଶିକାର ହୋଇଛନ୍ତି। ଲୁଟେରାମାନେ ଗାଡିରୁ ତେଲ ବାହାରୁଥିବା କହି ନଜର ହଟାଇବା ପରେ ତାଙ୍କ ବ୍ୟାଗ୍ ଧରି ଚମ୍ପଟ ମାରିଛନ୍ତି। ଏହି ଘଟଣାରେ ପୁଲିସ କାହାକୁ ଗିରଫ କରି ନାହିଁ।
ପୁଲିସର କହିବା ଅନୁଯାୟୀ, ସୋମବାର ଦିନ ପ୍ରାୟ ୧୧ଟା ସମୟରେ ବିଜେନ୍ଦ୍ରଙ୍କ ପତ୍ନୀ ଘରୁ ନିଜ କାର୍ରେ ଏକ ମିଟିଂ ଆଟେଣ୍ଡ କରିବାକୁ ଯାଉଥିଲେ। ତାଙ୍କ ସାଙ୍ଗରେ ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତି ଥିଲେ। ଏହି ସମୟରେ ୪ଜଣ ଲୋକ ବାଇକ୍ରେ ଆସି ସେମାନଙ୍କୁ ଅଟାଇଥିଲେ। ଗାଡ଼ିରୁ ତେଲ ବାହାରୁଥିବା ସେମାନେ କହିଥିଲେ।
ଏହା ଶୁଣି ଡ୍ରାଇଭର ଓ ଗାଡ଼ି ଥିବା ଅନ୍ୟ ଜଣେ ବ୍ୟକ୍ତି ଗାଡ଼ିରୁ ଓହ୍ଲାଇ କେଉଁଠୁ ତେଲ ବାହାରୁଛି ଦେଖିଥିଲେ। ସମସ୍ତଙ୍କ ନଜର ଗାଡ଼ି ଉପରେ ଥିବା ବେଳେ ଏହି ସୁଯୋଗରେ ଲୁଟେରାମାନେ ବିଜେନ୍ଦ୍ରଙ୍କ ପତ୍ନୀଙ୍କଠାରୁ ବ୍ୟାଗ୍ ନେଇ ଚମ୍ପଟ ମାରିଥିଲେ।
ସୂଚନାଯୋଗ୍ୟ, ଏହା ପୂର୍ବରୁ କଂଗ୍ରେସ ନେତା ଅର୍ମିତା ଧୱନ ମଧ୍ୟ ଠକେଇର ଶିକାର ହୋଇଥିଲେ। ଅର୍ମିତା ଧୱନଙ୍କ କାର୍ ଟ୍ରାଫିକ ସିଗନାଲରେ ଠିଆ ହୋଇଥିବା ବେଳେ ତାଙ୍କ ଗାଡ଼ିର ଚକା ଲିକ୍ ହୋଇଥିବା ଦୁଇ ଜଣ ଲୋକ ଆସି କହିଥିଲେ। ଏହାପରେ ଗାଡ଼ିର ଡ୍ରାଇଭର ଗାଡ଼ିର ଚକା ଚେକ୍ କଲା ବେଳେ ଲୁଟେରାମାନେ ତାଙ୍କ ବ୍ୟାଗ୍ ନେଇ ଚମ୍ପଟ ମାରିଥିଲେ।
from Odisha Reporter http://bit.ly/2X5ircR
No comments:
Post a Comment