ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚମକଦାର ଏବଂ ସୁନ୍ଦର ଦେଖାଯିବା ପାଇଁ ମହିଳାମାନେ କ’ଣ କରିନଥାନ୍ତି। ଜେଜେ ମା’ର ଟିପ୍ସଠୁ ଆରମ୍ଭ କରି ଏବେକାର ମହଙ୍ଗା କ୍ରିମ୍ ବି ଟ୍ରାଏ କରିବାକୁ ଭୁଲି ନ ଥାନ୍ତି। କେହି ବି ଚାହିଁ ନ ଥାନ୍ତି ବୟସ ବଢିବା ସହ ସେମାନଙ୍କ ଚେହେରାରେ ଭାଙ୍ଗ ପଡୁଓ ଦାଗଧପ୍ପା ଦେଖାଯାଉ। ଏଥିଲାଗି ସେମାନେ ପାର୍ଲର ଯିବାଠୁ ଆରମ୍ଭ କରି ବିଭିନ୍ନ ଦାମିକିଆ କ୍ରିମ୍ କିଣିବାକୁ ବି ପଛାନ୍ତି ନାହିଁ। କିନ୍ତୁ ଆଜି ଆମେ ଆପଣଙ୍କୁ ବୟସର ଛାପ ଯେପରି ଖୁବ୍ ଶୀଘ୍ର ଚେହେରାରେ ନ ପଡିବ, ସେ ସମ୍ପର୍କରେ କିଛି ଟିପ୍ସ ଦେବୁ।
ଆମେ ସବୁଦିନ ଲଞ୍ଚରେ ଭାତ ନିହାତି ଭାବେ ଖାଇଥାଉ। କିନ୍ତୁ ଆପଣ କେବେ ଭାବି ନ ଥିବେ ଏହାକୁ ବ୍ୟବହାର କରି ଆପଣଙ୍କ ସୁନ୍ଦର ଦେଖାଯାଇ ପାରିବେ ବୋଲି। ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଆପଣଙ୍କ ତ୍ୱଚାରେ ଭାଙ୍ଗ ପଡିବାଠୁ ଦୂର କରି ଚମକ ଆଣିବାରେ ସାହାଯ୍ୟ କରିଥାଏ। ଏଥିରେ ଭିଟାମିନ ଇ ବି ପ୍ରଚୁର ମାତ୍ରାରେ ମହଜୁଦ ରହିଥାଏ।
ଚାଉଳ ଧୂଆ ପାଣିରେ ଫେଶ ମାସ୍କ: ଚାଉଳ ଧୂଆ ପାଣିର ଫେସ୍ ମାସ୍କ ବ୍ୟବହାର ଦ୍ୱାରା ଆପଣଙ୍କ ତ୍ୱଚା ସମ୍ବନ୍ଧୀୟ ବହୁ ସମସ୍ୟା ଦୂର ହୋଇଯିବ। ଏହି ମାସ୍କ ବ୍ୟବହାର ଦ୍ୱାରା ଆପଣଙ୍କ ସ୍କିନ ଟାଇଟ୍ ରହିବ। ଏଥିଲାଗି ଆପଣ ଏକ ଗ୍ଲାସ ଚାଉଳ ଧୁଆ ପାଣି ନିଅନ୍ତୁ। ସେଥିରେ ଏକ ପେପର ଟାୱଲକୁ ୧୦ ମିନିଟ୍ ପର୍ଯ୍ୟନ୍ତ ଭିଜାଇ ଦିଅନ୍ତୁ। ଏବେ ଏହି ଟାୱଲକୁ ବାହାର କରି ମୁହଁରେ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ। ଏହାପରେ ଏହାକୁ ହଟାଇ ମୁହଁକୁ ନର୍ମାଲ ପାଣିରେ ଧୋଇ ଦିଅନ୍ତୁ।
ଫେସ ପ୍ୟାକ୍ ପ୍ରସ୍ତୁତି: ଚାଉଳ ଫେସ ପ୍ୟାକ୍ ପ୍ରସ୍ତୁତ ଲାଗି ଆପଣଙ୍କୁ ପ୍ରଥମେ ଏକ ଚାମଚ କ୍ଷୀର, ୪ ଚାମଚ ଭାତ ଓ ଏକ ଚାମକ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ।
ଫେସ୍ପ୍ୟାକ ଲଗାଇବାର ବିଧି: ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ପ୍ରଥମେ ଭାତରେ କ୍ଷୀର ଓ ମହୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାପରେ ଚାଉଳରେ ପ୍ରସ୍ତୁତ ଫେସ୍ପ୍ୟାକୁ ମହଁରେ ଲଗାନ୍ତୁ। ଏହାକୁ ଶୁଖିବାକୁ କିଛି ଛାଡି ଦିଅନ୍ତୁ। ପ୍ୟାକ୍ ଶୁଖିବା ପରେ ଚାଉଳ ଧୁଆ ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହି ପ୍ୟାକ୍ ମୁହଁରେ ସପ୍ତାହକୁ ଥରେ ନିହାତି ଭାବେ ଲଗାନ୍ତୁ। ଏହା କରିବା ଦ୍ୱାରା ତ୍ୱଚାରୁ ଦାଗ ଦୂର ହେବା ସହ ଏହା ମୁଲାୟମ ଓ ବେଦାଗ ରହିବ।
from Odisha Reporter http://bit.ly/2xeRGnb
No comments:
Post a Comment