ବିଶକେକ୍: ଭାରତ ସହ ଦ୍ୱିପାକ୍ଷିକ ଆଲୋଚନା ଆଶା ବହୁତ୍ କମ୍। ତଥାପି ଭାରତ ସହ ଭଲ ସମ୍ପର୍କ ନେଇ ଆଶା ଛାଡ଼ି ନାହାନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍। ଏବେ ଉଭୟ ଭାରତ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏସ୍ସିଓ ସମ୍ମିଳନୀ ଅବସରରେ କିର୍ଗିଜିସ୍ତାନର ରାଜଧାନୀ ବିଶକେକରେ ଅଛନ୍ତି। ଋଷିଆର ଖବର ସରବରାହ ସଂସ୍ଥା ସ୍ପଟନିକକୁ ଗତକାଲି ଏକ ସାକ୍ଷାତକାର ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ। ଏହି ସାକ୍ଷାତକାରରେ ସେ ମୁଖ୍ୟତଃ ଭାରତ ସହ ତାଙ୍କ ଦେଶର ମତ ଓ ଆଭିମୁଖ୍ୟ କଣ ରହିଛି ସେ ବାବଦରେ ଇମରାନ ଖାନ କହିଛନ୍ତି।
ସେ କହିଛନ୍ତି ଏସସିଓ ସମ୍ମିଳନୀରେ ତାଙ୍କ ଦେଶ ପାଇଁ ଏକ ସୁଯୋଗ ଯୋଗାଇଛି। ଯେଉଁଠି ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କକୁ ନେଇ ନିଜର ମତ ରଖିବ ପାକିସ୍ତାନ। ଏବେ ଭାରତ ସହ ପାକିସ୍ତାନର ଦ୍ୱିପାକ୍ଷିକ ସମ୍ପର୍କ ସବୁଠୁ ଖରାପ ରହିଛି। ହେଲେ ଆଗାମୀ ଦିନରେ ମୋଦି ସରକାର ଦୁଇ ଦେଶ ମଧ୍ୟରେ ଥିବା ବିବାଦର ସମାଧାନ କରିବା ପାଇଁ ଆଗେଇ ଆସିବେ ବୋଲି ଆଶା ରଖିଛନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ ତିନୋଟି ଯୁଦ୍ଧ ହୋଇଛି। ଏହାଦ୍ୱାରା ଅନେକ କ୍ଷତି ଦୁଇ ଦେଶର ହୋଇଛି ବୋଲି ସେ କହିଛନ୍ତି। ଏବେ ତାଙ୍କ ସରକାର ଅସ୍ତ୍ରଶସ୍ତ୍ର କିଣିବା ଅପେକ୍ଷା, ଦେଶର ଗରିବୀ ପ୍ରସଙ୍ଗକୁ ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି। ଆଗାମୀ ଦିନରେ ମୋଦି ସରକାର କଶ୍ମୀର ପ୍ରସଙ୍ଗରେ ଥିବା ବିବାଦକୁ ସମାଧାନ କରିବେ ବୋଲି ସେ ଆଶା ରଖିଛନ୍ତି।
ଗତକାଲି ଚାଇନା ସହ ଭାରତ ଦ୍ୱିପାକ୍ଷିକ ଆଲୋଚନା କରି ଆତଙ୍କବାଦ ପ୍ରସଙ୍ଗକୁ ଉଠାଇ ପୁଣି ଉଠାଇ ଇସଲାମାବାଦକୁ ଟାର୍ଗେଟ କରିଛି। ଏହି ଏସସିଓ ବୈଠକରେ ପ୍ରଧାନମନ୍ତ୍ରୀ ଅନେକ ଦେଶର ମୁଖିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ହେଲେ ପାକିସ୍ତାନ ସହ କୌଣସି ବୈଠକ ହେବ ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ ପୂର୍ବରୁ ସ୍ପଷ୍ଟ କରିଛି।
ଦ୍ୱିତୀୟଥର ପାଇଁ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଦୁଇ ଦେଶ ମଧ୍ୟରେ ଶାନ୍ତି ଓ କଶ୍ମୀର ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଦେଇଛନ୍ତି। ହେଲେ ଭାରତ ଏହାର ଜବାବ ଦେଇ ନାହିଁ।
from Odisha Reporter http://bit.ly/2IeTjrp
No comments:
Post a Comment