ଟାଇପ୍‌-୧ ଡାଇବେଟିସର ଶିକାର ସୋନମ ନିଜକୁ କିପରି ରଖୁଛନ୍ତି ଫିଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 13, 2019

ଟାଇପ୍‌-୧ ଡାଇବେଟିସର ଶିକାର ସୋନମ ନିଜକୁ କିପରି ରଖୁଛନ୍ତି ଫିଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବଲିଉଡ ଡିଭା ତଥା ଷ୍ଟାଇଲ ଆଇକନ ଫ୍ୟାଶନିଷ୍ଟ କଥା କହିଲେ ପ୍ରଥମେ ସୋନମ କପୁରଙ୍କ ନାମ ହିଁ ମନକୁ ଆସେ। ୩୫ ବର୍ଷ ଛୁଇଁଥିଲେ ବି ସୋନମ ଏବେ ସମ୍ପୂର୍ଣ୍ଣ ଫିଟ୍‌। ମାତ୍ର ୧୭ ବର୍ଷର ହୋଇଥିବା ବେଳେ ସେ ଟାଇପ୍-୧ ଡାଇବେଟିସ୍‌ର ଶିକାର ହୋଇଥିଲେ। କିନ୍ତୁ ଡାଏଟ୍‌ ପ୍ଲାପ ଫଲୋ କରି ସୋନମ ନିଜ ଡାଇବେଟିସ୍‌କୁ କଣ୍ଟ୍ରୋଲରେ ରଖିବା ସହ ଫିଟ୍‌ ବି ଅଛନ୍ତି। ଆସନ୍ତୁ ଜାଣିବା କିପରି ଡାଏଟ୍‌ ପ୍ଲାନ ଫଲୋ କରି ଆମେ ବି ଆମ ସୁଗାର ଲେଭଲକୁ ନିୟନ୍ତ୍ରଣରେ ରଖି ପାରିବା।

ସୋନମ ନିଜ ଦିନର ଆରମ୍ଭ ଗରମ ପାଣି ପିଇକରି କରିଥାନ୍ତି। ଏଥିରେ ଲେମ୍ବୁ ଓ ମହୁ ବି ମିଶାନ୍ତି। ସକାଳ ଜଳଖିଆରେ ସେ ଓଟ୍‌ମିଲ ଓ ଫଳ ଖାଇଥାନ୍ତି।

୨- ସୋନମ ଷ୍ଟ୍ରିକ୍ଟ ୱର୍କ ଆଉଟ ଫଲୋ କରୁଥିବା ବେଳେ ଏଥିରେ ଯୋଗ, କାର୍ଡିଓ, ଡ୍ୟାନ୍ସିଂ, ସୁଇମିଂ, ମେଡିଟେସନ ଓ ବିଭିନ୍ନ ପ୍ରକାର ଏକ୍ସରସାଇଜ କରିଥାନ୍ତି।

୩ –  ୱର୍କ ଆଉଟ୍‌ ପରେ  ସେ ବ୍ରାଉନ ବ୍ରେଡ ଓ ଅଣ୍ଡାର ଧଳା ଅଂଶ ଖାଇଥାନ୍ତି। ଏହା ସହ ପ୍ରୋଟିନ ସେକ୍‌ ଓ ତାଜା ଫଳ ବି ଖାଇଥାନ୍ତି

୪-ମଧ୍ୟାହ୍ନ ଭୋଜନରେ ଡାଲି, ଗୋଟିଏ ରୁଟି, ସାଲାଡ, ପ୍ରଚୁର ସବୁଜ ପରିବା ଖାଇଥାନ୍ତି। ଏହା ସହ ଚିକେନ୍‌ କିମ୍ୱା ମାଛ ତାଙ୍କ ଲଞ୍ଚରେ ସାମିଲ ହୋଇଥାଏ।

୫-ସ୍ଲିମ୍‌ ଫିଗର୍‌ ରଖିବାକୁ ସୋନମ ୱର୍କ ଆଉଟ ସହ କଥକ ଡ୍ୟାନ୍ସର ପ୍ରାକ୍ଟିସ୍‌ ବି କରିଥାନ୍ତି।

୬-ସନ୍ଧ୍ୟାରେ ସିଝା ଅଣ୍ଡା ଖାଇଥାନ୍ତି ଓ ରାତିରେ ଖାଇବାରେ ସେ ଲୋ-ଫ୍ୟାଟ୍‌ ଫୁଡସ୍‌, ସଲାଡ, ସୁପ୍‌ ଓ ମାଛ ବା ଚିକେନ୍‌ ଖାଇଥାନ୍ତି।

୭-ଏହାବ୍ୟତୀତ ନିଜକୁ ଫିଟ୍‌ ରଖିବାକୁ ସେ ଏରିଅଲ ଯୋଗ ବି କରିଥାନ୍ତି। ଏହା ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ।

୮-ନିୟମିତ ଭାବେ ଅଣ୍ଡା ଖାଇବା ଦ୍ୱାରା ଏହା ଶରୀରକୁ ପର୍ଯ୍ୟାନ୍ତ ମାତ୍ରାରେ ଏନର୍ଜୀ ଦେଇଥାଏ। ଏହାସହ ଆପଣଙ୍କ କାର୍ଯ୍ୟଦକ୍ଷତା ମଧ୍ୟ ବୃଦ୍ଧି କରିଥାଏ।



from Odisha Reporter http://bit.ly/2IMTvx8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages