ଭାରତରେ ବିଶ୍ୱକପ୍‌ ଖେଳ ହେଉ,ଆମକୁ ବର୍ଷା ଦରକାର :  ଏପରି ପ୍ରସ୍ତାବ ରଖିଲେ ବିଗ୍‌ ବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 14, 2019

ଭାରତରେ ବିଶ୍ୱକପ୍‌ ଖେଳ ହେଉ,ଆମକୁ ବର୍ଷା ଦରକାର :  ଏପରି ପ୍ରସ୍ତାବ ରଖିଲେ ବିଗ୍‌ ବି

ମୁମ୍ୱାଇ: ସୁପର ଷ୍ଟାର ଅମିତାଭ ସୋଶାଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ଓ ବିଭିନ୍ନ  ପ୍ରସଙ୍ଗରେ ନିଜ ମତ ରଖିଥାନ୍ତି। ସେ ମଜାଳିଆ ଢଙ୍ଗରେ ନିଜ କଥାକୁ  ଉପସ୍ଥାପନା କରୁଥିବାରୁ ତାଙ୍କ ଫ୍ୟାନ୍‌ମାନେ ବି ଏହାକୁ ଖୁବ ଲାଇକ୍‌ କରନ୍ତି।

ଗତ ଗୁରୁବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ହେଉଥିବା ବେଳେ ବର୍ଷା କାରଣରୁ ଏହାକୁ ସ୍ଥଗିତ ରଖାଯାଇଛି। ଏହାକୁ ନେଇ କ୍ରିକେଟ ଫ୍ୟାନ୍‌ମାନେ ଖୁସି ନ ଥିବା ବେଳେ ଆଇସିସିକୁ ମଧ୍ୟ ଦୋଷ ଦେବାକୁ ପଛାଉ ନାହାନ୍ତି। ଖେଳ ରଦ୍ଦ ହେବା ପଛରେ ଆଇସିସିର ହାତ ଥିବା ସେମାନେ ପ୍ରତିକ୍ରିୟା ରଖୁଛନ୍ତି। ହେଲେ ଅମିତାଭ ଏପରି ପରିବେଶକୁ ଟିକେ ହାଲକା କରିବାକୁ ଯାଇ ବିଶ୍ୱକପ୍‌ କ୍ରିକେଟକୁ ଭାରତ ସ୍ଥାନାନ୍ତର କରିଦେବା କଥା କହିଛନ୍ତି। କାରଣ ଆମକୁ ବର୍ଷା ଦରକାର।

ଭାରତରେ ସବୁବେଳେ କମ୍‌ ବର୍ଷ ହେତୁ ମରୁଡି ପରିସ୍ଥିତି ସୃଷ୍ଟି ହେଉଛି। ଫଳରେ ଭଲ ଫସଲ ହୋଇ ନ ପାରି ଶେଷରେ ଚାଷୀ ଆତ୍ମହତ୍ୟା କରିବାକୁ ପଛାଉ ନାହିଁ। ଏପରି ସ୍ଥିତିରେ ବିଶ୍ୱକପ୍‌ ଚାଲୁଥିବା ବେଳେ ବାରମ୍ୱାର ବର୍ଷା ଯୋଗୁ ମ୍ୟାଚ ବାତିଲ ହେଉଥିବାରୁ ଏହାକୁ ଭାରତ ସ୍ଥାନାନ୍ତର କରିବାକୁ ବିକଳ୍ପ ଦେଇଛନ୍ତି ଅମିତାଭ।

ଚଳିତ ଥର ବିଶ୍ୱକପ୍‌ରେ ବର୍ଷା ଯୋଗୁ ୩ ଥର ମ୍ୟାଚ ବାତିଲ ହୋଇ ସାରିଲାଣି। ୭ ଜୁନ୍‌ରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ହୋଇପାରି ନ ଥିଲା। ଜୁନ ୧୧ରେ ବାଲାଂଦେଶ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ମ୍ୟାଚ ମଧ୍ୟ ବର୍ଷା ଯୋଗୁ ବାତିଲ ହୋଇଥିଲା। ୧୬ ଜୁନ୍‌ରେ ଭାରତ ନିଜ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ଥାନକୁ ଭେଟିବ ।

ଶେଷ ଥର ବିଗ୍‌ ବିଙ୍କୁ ‘ବଦଲା’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଅମିତାଭଙ୍କ ଅପକମିଂ ଫିଲ୍ମ ହେଲା ‘ଝୁଣ୍ଡ’, ‘ତେରା ୟାର ହୁଁ ମେ’, ‘ବ୍ରହ୍ମାସ୍ତ୍ର’, ‘ଗୁଲାବୋ ସିତାବେ’ ଓ ‘ଚେହେରେ’ ଆଦି ସାମିଲ ଅଛି।



from Odisha Reporter http://bit.ly/2WGud8A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages