ପାଲଲହଡ଼ା (ରବି ନାରାୟଣ ପ୍ରଧାନ): ଭାଲୁ ଆକ୍ରମଣରେ ଦୁଇ ଭାଇ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଅନୁଗୋଳ ଜିଲ୍ଲା ପାଲଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଦ୍ୱୟ ହେଲେ ଭୁବନ ନାୟକ ଓ ଦର ନାୟକ। ସେମାନଙ୍କ ଘର ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ୍ ସରୁଆଳି ପଞ୍ଚାୟତର ରଙ୍ଗାଲି ଗାଁରେ।
ଆଜି ସକାଳେ ଦୁଇ ଭାଇ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ଦର ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଭୁବନ ମଧ୍ୟ ଭାଲୁ ଆକ୍ରମଣର ଶିକାର ହୋଇଥିଲେ।
ଭାଲୁ ଆକ୍ରମଣରେ ଜଣଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଆଉ ଜଣଙ୍କର ଗୋଡ଼ ଓ ହାତ ଖଣ୍ଡିଆ ହୋଇଯାଇଛି।
from Odisha Reporter http://bit.ly/2WIcXop
No comments:
Post a Comment