ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୁନାଗଡ଼-କଲମପୁର ରାସ୍ତାର ଭତ୍ରାଗଡ଼ା ଛକରେ ବସ୍ ଧକ୍କାରେ ଜଣେ ପଥଚାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ହେମରାଜ ପୁଝାରୀ।
ସେ ଭତ୍ରାଗଡ଼ାକୁ ଯାଉଥିବା ବେଳେ କଲମପୁର ପଟୁ ଆସୁଥିବା ‘ସନ୍ତୋଷୀ’ ନାମକ ଏକ ଘରୋଇ ବସ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିଲା।
ହେମରାଜ ଜଣେ ଦିନ ମଜୁରିଆ। ସେ ରାତିରେ କାମ ସାରି ଜୁନାଗଡ଼ରୁ ଫେରୁଥିଲେ।
ଦୁର୍ଘଟଣା ପରେ ଭତ୍ରାଗଡ଼ା ଛକରେ ଉତ୍ତେଜନା ଦେଖାଦେଇଛି। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ମୃତଦେହ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଜୁନାଗଡ଼ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଳୋକଙ୍କୁ ବୁଝାସୁଝା କରୁଛି।
from Odisha Reporter http://bit.ly/2WLVx5f
No comments:
Post a Comment