ଆମ୍ୱ ଗଛରୁ ଯୁବକ,ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 15, 2019

ଆମ୍ୱ ଗଛରୁ ଯୁବକ,ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅନୁଗୋଳ(ବିରଜା ଦାସ): ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା କମୁରୀ ଗାଁ ନିକଟ ଏକ ଆମ୍ୱ ଗଛରୁ ଆଜି ସକାଳେ ଜଣେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ଯୁବକଙ୍କ ଘର ଡଲାସିଂହା ଅଞ୍ଚଳରେ ହୋଇଥିବା ବେଳେ ଯୁବତୀଙ୍କ ଘର କୋଠଭୂଇଁ ଅଞ୍ଚଳରେ। ଉଭୟ ବିବାହିତ ହୋଇଥିବା ସତ୍ତ୍ୱେ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା। ଏପରିକି ୬ ମାସ ହେଲା ଯୁବତୀ ଜଣଙ୍କ ତାଙ୍କ ସ୍ୱାମୀ ଓ ୬ ମାସର ଶିଶୁକୁ ଛାଡ଼ି ଏହି ଯୁବକଙ୍କ ସହିତ ଅନ୍ୟତ୍ର ରହୁଥିଲେ। ଗତକାଲି ସେମାନେ ଗାଁକୁ ଫେରିଥିଲେ।

ଲୋକଲଜ୍ଜାକୁ ସହି ନପାରି ସେମାନେ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ଶବ ବ୍ୟବଚ୍ଛେଦ ପରେ ସେମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି।

ପୁଲିସ୍‌ ଘଟଣାସ୍ଥଳରୁ ଏକ ସ୍କୁଟି ଜବତ କରିଛି ଓ ଘଟଣାର ତଦନ୍ତ କରୁଛି।



from Odisha Reporter http://bit.ly/2FblFRi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages