ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ରେଲଓ୍ୱ ଷ୍ଟେସନରେ ଜଣେ ଯାତ୍ରୀ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ଭୁବନେଶ୍ୱର-ଭଦ୍ରକ ମେମୁ ପାସେଞ୍ଜର ଟ୍ରେନ ପ୍ଲାଟଫର୍ମ ଛାଡ଼ୁ ଥିବା ବେଳେ ଯାତ୍ରୀ ଜଣଙ୍କ ସେଥିରୁ ଡେଇଁ ପଡ଼ିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ସେ ତଳେ ପଡ଼ି ଯାଇଥିଲେ। ସେ ଟ୍ରେନ୍ ଓ ପ୍ଲାଟଫର୍ମ ମଝିରେ ପଡ଼ି ଯାଇଥିବା ବେଳେ ସେଠାରେ ଉପସ୍ଥିତ ଆର୍ପିଏଫ୍ କନଷ୍ଟେବଳଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁ ସେ ବଞ୍ଚି ଯାଇଥିଲେ।
ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବା ଏହି ଯାତ୍ରୀଙ୍କ ନାଁ ନଜିର ମଲ୍ଲିକ। ତାଙ୍କ ଘର ପଶ୍ଚିମବଙ୍ଗର ମେଦିନାପୁର ଅଞ୍ଚଳରେ। ତାଙ୍କୁ ବଞ୍ଚାଇଥିବା ଆର୍ପିଏଫ୍ କନଷ୍ଟେବଳ ଜଣଙ୍କ ହେଉଛନ୍ତି ଏନ୍.ବି. ରାଓ।
ଏ ପୂରା ଘଟଣାର ଭିଜୁଆଲ୍ ଷ୍ଚେସନ୍ରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।
from Odisha Reporter http://bit.ly/2Lhe8Ea
No comments:
Post a Comment