ଜାଣିଛନ୍ତି କି, ଭାତ ସହ ରୁଟି ଖାଇବା ଭଲ ନା ଖରାପ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 23, 2019

ଜାଣିଛନ୍ତି କି, ଭାତ ସହ ରୁଟି ଖାଇବା ଭଲ ନା ଖରାପ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମ ଦେଶରେ ବହୁ ଲୋକ ଭାତ ସହ ରୁଟି ଖାଇବାକୁ ପସନ୍ଦ କରିଥାନ୍ତି। ବିଶେଷକରି ଉତ୍ତର ଭାରତୀୟ  ଭାତ ଏବଂ ରୁଟି ଏକା ସହ ଖାଇଥାନ୍ତି। କେହି କେହି ଭାତ ଓ ରୁଟି ଏକ ସଙ୍ଗେ ଖାଇବାକୁ ଭଲ କହୁଥିବା ବେଳେ ଆଉ କେହି ଏହାକୁ ମିଶାଇ ଖାଇଲେ ମୋଟା ହେବାର ଆଶଙ୍କା ଥାଏ ବୋଲି କହିଥାନ୍ତି।

କିନ୍ତୁ ଆପଣ ଜାଣିଛନ୍ତି କି, ଏହାକୁ ମିଶାଇ ଖାଇଲେ ଆମ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପଡ଼େ। ଆଜି ଆପଣଙ୍କୁ ଏହି ବିଷୟରେ କିଛି ସୂଚନା ଦେବୁ। ତାହାଲେ ଜାଣନ୍ତୁ ଭାତ ଏବଂ ରୁଟି ମିଶାଇ ଖାଇବା ଦ୍ୱାରା କ’ଣ କ୍ଷତି ହୋଇଥାଏ।

ଉଭୟ ଭାତ ଏବଂ ରୁଟିରେ କ୍ୟାଲୋରି ରହିଥାଏ। ରୁଟିରେ ୭୦ରୁ ୮୦ ଭାଗ କ୍ୟାଲୋରି ଥାଏ। ସେହିପରି ଭାତ ଖାଇଲେ ୧୩୬ କ୍ୟାଲୋରି ଆମ ଶରୀରକୁ ମିଳିଥାଏ। ଆମେ ଯେତେବେଳେ ଏହାକୁ ଏକା ସହ ଖାଇଥାଉ ଶରୀରକୁ ଆବଶ୍ୟକତା ଠାରୁ ଅଧିକ କ୍ୟାଲୋରି ମିଳିଥାଏ।

ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ହଜମ ହେବା ପାଇଁ ମଧ୍ୟ ଅଧିକ ସମୟ ଲାଗିଥାଏ। ଏହା ଦ୍ୱାରା ଆମ ପାଚନତନ୍ତ୍ର ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ। ପାଚନତନ୍ତ୍ର ଧିରେ ଧିରେ ଦୁର୍ବଳ ହେବାକୁ ଲାଗିଥାଏ।

ଆମେ ବାହାର ଖାଦ୍ୟ ଖାଇବା ଦ୍ୱାରା ମୋଟା ହେଇଥାଉ ବୋଲି ବିଶ୍ୱାସ କରୁ। କିନ୍ତୁ ଆମେ ଘରେ ମଧ୍ୟ ଭାତ ସହ ରୁଟି ଖାଇଲେ ମୋଟା ହେବାର ଆଶଙ୍କା ରହିଥାଏ। ଶରୀରରେ ଅଧିକ କ୍ୟାଲୋରି ଏକାଠି ହୋଇ ଫ୍ୟାଟ୍‌ ବଢ଼ାଇଥାଏ। ଆପଣ ଯଦି ଭାତ ସହ ରୁଟି ଖାଉଛନ୍ତି ତାହାଲେ ଏହାକୁ ଖାଇବା ବନ୍ଦ କରନ୍ତୁ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ , ରାତିରେ ଏଭଳି ଖାଦ୍ୟ ଖାଇବା ଆବଶ୍ୟକ ଯାହା ସହଜରେ ହଜମ ହେଉଥିବ। ରାତିରେ ଭାତ ଖାଇବା ଦ୍ୱାରା ଆମକୁ ନିଦ କମ୍‌ ଆସେ। ପାଚନ କ୍ରିୟା ପ୍ରଭାବିତ ହୋଇଥାଏ। ଏହି ଅଭ୍ୟାସ ଯଦି ଲାଗି ରହେ ତାହାଲେ ଶରୀରରେ ମୋଟାପଣ ବୃଦ୍ଧି ହୋଇଥାଏ।

ଡାଇବେଟିସ୍‌ ଏବଂ  ଶ୍ୱାସ ରୋଗୀ ଭାତ ଖାଇବା ଉଚିତ ନୁହେଁ। ଭାତ ହଜମ ହେବା ପାଇଁ ଅଧିକ ସମୟ ଲାଗିଥାଏ। ଏହା ଦ୍ୱାରା ପେଟ ଫୁଲିବା ସମସ୍ୟା ମଧ୍ୟ ଉପୁଜିପାରେ।



from Odisha Reporter http://bit.ly/2ZG06jv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages