କାର୍ ବୋମା ବିସ୍ଫୋରଣରେ ୧୪ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 2, 2019

କାର୍ ବୋମା ବିସ୍ଫୋରଣରେ ୧୪ ମୃତ

ଡାମାସ୍‌କସ୍‌: ସିରିଆର ଉତ୍ତରପଶ୍ଚିମରେ ଥିବା ଅଜାଜ୍‌ ସହରରେ ଗତକାଲି ଏକ କାର୍ ବୋମା ବିସ୍ଫୋରଣରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଅଛନ୍ତି। ଏହି ଘଟଣାରେ ୨୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି।

ସହରର ଏକ ମସଜିଦ ନିକଟରେ ଏହି ବିସ୍ଫୋରଣ ହୋଇଥିଲା। ଲୋକମାନେ ମସଜିଦରେ ପ୍ରାର୍ଥନା ସାରି ଫେରୁଥିବା ବେଳେ ବିସ୍ଫୋରଣ ହୋଇଥିଲା।
ବିସ୍ଫୋରଣରେ ମସଜିଦ ପାଖ ବଜାରରେ ଥିବା ୬ଟି ଦୋକାନ ପୂରା ଜଳି ଯାଇଛି। ଏହା ସହିତ ଆହୁରି ଅନେକ ଦୋକାନର ସମ୍ମୁଖ ଭାଗ ନଷ୍ଟ ହୋଇଯାଇଛି।

ଏ ବିସ୍ଫୋରଣ ପଛରେ କାହାର ହାତ ଅଛି, ତାହା ସ୍ପଷ୍ଟ ହୋଇନାହିଁ।

ସୂଚନାଯୋଗ୍ୟ, ସିରିଆର ଉତ୍ତରପୂର୍ବରେ ଅବସ୍ଥିତ ରାକ୍କା ସହରରେ ଶନିବାର ଦିନ ଏଭଳି ଏକ ବିସ୍ଫୋରଣ ହୋଇଥିଲା। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି।



from Odisha Reporter http://bit.ly/2WhdltP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages