ସରିଲା ଦେବ ଦମ୍ପତିଙ୍କ ବିବାହ; ଆଜି ଯୁଗଳ ଦର୍ଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 7, 2019

ସରିଲା ଦେବ ଦମ୍ପତିଙ୍କ ବିବାହ; ଆଜି ଯୁଗଳ ଦର୍ଶନ

ସମ୍ବଲପୁର( ଓଡ଼ିଶା ରିପୋର୍ଟର): ବିଳମ୍ବିତ ରାତିରେ ଭୋଳାବାବାଙ୍କ ବିବାହ ସମ୍ପନ୍ନ ହୋଇଛି। ବରଯାତ୍ରୀଙ୍କୁ ସାଥିରେ ନେଇ କନ୍ୟାଘର ଅଭିମୁଖେ ବାହାରିଥିଲେ ମହାଦେବ। ଏଥିଲାଗି ଚଳଚଞ୍ଚଳ ହୋଇ ପଡ଼ିଥିଲା ସମ୍ବଲପୁର ସହର। ସହରର ଝାଡୁଆପଡ଼ା, ମୋଦିପଡ଼ା, ବଡବଜାର, ବୁଢାରାଜା ଓ ଠାକୁରପଡ଼ା ସମେତ ଅନ୍ୟାନ୍ୟ ଶିବ ମନ୍ଦିରରୁ ବିଶାଳ ଶୋଭାଯାତ୍ରା ବାହାରିଥିଲା। ଭୋଳାବାବାଙ୍କୁ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ସଜ୍ଜିତ କରାଯାଇ ବିମାନରେ ଆସୀନ କରାଯାଇଥିଲା। ବାଜା, ବାଣ,ରୋଶଣୀ ସହ ବରଯାତ୍ରୀଙ୍କୁ ସାଙ୍ଗରେ ନେଇ କନ୍ୟା ଘରକୁ ଯାଇ ବିଧି ମୁତାବକ ପାର୍ବତୀଙ୍କୁ ବିବାହ କରିଥିଲେ ଦେବ ଦେବ ମହାଦେବ। ଦୁଲଦୁଲିର ତାଳେ ତାଳେ ଡାଲଖାଇ ଓ ରସରକେଲି ଗୀତରେ କମ୍ପି ଉଠିଥିଲା ସାରା ପରିବେଶ।

ଶିବ ଶଙ୍କରଙ୍କ ବିବାହ ଶୋଭାଯାତ୍ରାରେ ବରଯାତ୍ରୀ ଭାବେ ସାମିଲ ହେବାକୁ ବିଭିନ୍ନ ପ୍ରାନ୍ତରୁ ହଜାର ହଜାର କଳାକାର ଓ ସାଧାରଣ ଲୋକଙ୍କ ସହ ରାଜନେତାଙ୍କ ସମାଗମ ହୋଇଥିଲା। ଆଜି ରାତିରେ ଦେବଦମ୍ପତ୍ତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା ଆରମ୍ଭ ହେବ।



from Odisha Reporter http://bit.ly/2XxN1Il

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages