ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯଦି ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି, ତା ହେଲେ ପ୍ରତିଦିନ ସକାଳୁ ଉଠି ଗୋଟିଏ ସେଓ ଖାଆନ୍ତୁ। ଏହା ସ୍ୱାସ୍ଥ୍ୟ ଲାଗି ଖୁବ୍ ଉପକାରୀ। ପ୍ରତିଦିନ ଏହି ଫଳରୁ ଗୋଟିଏ ଲେଖାଏ ଖାଇବା ଦ୍ୱାରା ବହୁ ବେମାରରୁ ଆପଣ ପାଇପାରିବେ ମୁକ୍ତି। ସେଓରେ ଥିବା ଫାଇବର ଶରୀର ଲାଗି ଖୁବ୍ ଲାଭଦାୟକ । ଏହାକୁ ଖାଇବା ଦ୍ୱାରା ଅଲଜାଇମର, କ୍ୟାନସରଠୁ ଆରମ୍ଭ କରି ଟ୍ୟୁମର , ହୃଦରୋଗ ସମ୍ୱନ୍ଧୀୟ ବିଭିନ୍ନ ବେମାର ଭଲ ହୋଇଥାଏ।
–ସେଓ ଖାଇବା ଦ୍ୱାରା ମାନସିକ ଭାବେ ଆପଣ ସୁସ୍ଥ ରହି ପାରିବେ। ଏହାର ଜୁସ୍ ଅଲଜାଇମରକୁ ରୋକିବାକୁ ସହାୟକ ହୋଇଥାଏ।
–ସେଓ ଖାଇବା ଦ୍ୱାରା ପାନକ୍ରିଆଜ କ୍ୟାନସରର ଆଶଙ୍କା କମ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ଅଗ୍ନାଶୟ କ୍ୟାନସର ଆଶଙ୍କା ମଧ୍ୟ ୨୩ ପ୍ରତିଶତ କମି ଯାଇଥାଏ। ନିୟମିତ ସେଓ ଖାଇଲେ ଟ୍ୟୁମର ର ଆଶଙ୍କା ବି କମ୍ ହୋଇଯାଇଥାଏ।
– ଏହି ଫଳ ଖାଇବା ଦ୍ୱାରା ମାଂସପେଶୀଜନିତ ବେମାର ହୋଇ ନ ଥାଏ। ସେଓରେ ଫାଇବର ଥାଏ। ଏଥିଯୋଗୁ ପାର୍କିସଂସ୍ ରୋଗର ଆଶଙ୍କା ମଧ୍ୟ କମ୍ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ଦାନ୍ତରେ ବ୍ୟାକ୍ଟେରିଆ ସମସ୍ୟା ଦୂର ହୋଇଥାଏ।
– ଏହା ଦ୍ୱାରା ହୃଦରୋଗ ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ।
– ପାଚନ ତନ୍ତ୍ର ଠିକ୍ ହୋଇଥାଏ। ସେଓ ଖାଇବା ଦ୍ୱାରା ଡାଇରିଆ ଓ ପେଟ ବିନ୍ଧା କମ୍ ହୋଇଥାଏ।
– ହାର୍ଟଷ୍ଟ୍ରୋକ୍ ଓ ବ୍ଲଡ ପ୍ରେସର କମିଥାଏ। ଏହାଦ୍ୱାରା ଶରୀରରେ ଥିବା ଟକ୍ସିସନ ବାହାରି ଯାଇଥାଏ। ନିୟମିତ ସେଓ ଖାଇବା ଦ୍ୱାରା ଜଲଦି ସଂକ୍ରମଣ ବେମାର ହୋଇନଥାଏ।
–ଏହାକୁ ଖାଇବା ଦ୍ୱାରା ଟାଇପ-୨ ଡାଇବେଟିସ କମ୍ ହୋଇଥାଏ।
from Odisha Reporter http://bit.ly/2EVna68
No comments:
Post a Comment