ତାମିଲନାଡୁ ଡିଜିପି ହେଲେ ଓଡ଼ିଆ ପୁଅ ଜଲଦ କର ତ୍ରିପାଠୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 29, 2019

ତାମିଲନାଡୁ ଡିଜିପି ହେଲେ ଓଡ଼ିଆ ପୁଅ ଜଲଦ କର ତ୍ରିପାଠୀ

ଚେନ୍ନାଇ: ତାମିଲନାଡୁର ପୋଲିସ ମହାନିର୍ଦ୍ଦେଶକ ହେଲେ ଓଡ଼ିଆ ପୁଅ  ଆଇପିଏସ ଜଳଦ କର ତ୍ରିପାଠୀ। ଜୁଲାଇ ଆରମ୍ଭରୁ ସେ କାର୍ଯ୍ୟଭାର ସମ୍ଭାଳିବେ। ୧୯୮୫ ମସିହା ତାମିଲନାଡୁ କ୍ୟାଡରର ଏହି ଆଇପିଏସ ଅଫିସରଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ପାଇଁ ହେବ। ଏବେ ଏହି ଓଡ଼ିଆ ପୁଅ ତାମିଲନାଡୁ ୟୁନିଫର୍ମ ସର୍ଭିସ ନିଯୁକ୍ତି ବୋର୍ଡର ଡିଜିପି ତଥା ଅଧ୍ୟକ୍ଷ ଭାବରେ କାର୍ଯ୍ୟରତ। ଏଥିସହ ଚେନ୍ନାଇ ପୁଲିସ କମିଶନର ଏବଂ ରାଜ୍ୟ ପୁଲିସର ଅତିରିକ୍ତ ଡିଜିପି ରହିଛନ୍ତି।

ୟୁପିଏସସି ଏହି ନିଯୁକ୍ତି ଦେଇଛି। ତାମିଲନାଡୁର ଏହି ପଦବୀ ପାଇଁ ୬ ଜଣଙ୍କ ନାମ ୟୁପିଏସସି ପ୍ରସ୍ତୁତ କରିଥିଲା। ଶେଷରେ ରାଜ୍ୟର ଏହି ବରିଷ୍ଠ ଏବଂ ଜଣାଶୁଣା ଆଇପିଏସ ଅଧିକାରୀଙ୍କୁ ପୁଲିସ ବିଭାଗର ମୁଖ୍ୟ ପଦବୀର ନିଯୁକ୍ତି ମିଳିଛି।

୨୦୧୨ରେ ଜଲଦ କେ ତ୍ରିପାଠୀ ଚେନ୍ନାଇ ପୁଲିସ କମିଶନର ଥିବା ବେଳେ ଏକ ବ୍ୟାଙ୍କ ଡକାୟତିକୁ ପଣ୍ଡ କରିଥିଲେ। ଘଟଣାସ୍ଥଳରେ ୫ ଡକାୟତକୁ ଏନକାଉଣ୍ଟର କରି ନିଜ ଦକ୍ଷତାର ପ୍ରତିପାଦନ କରିଥିଲେ। ଏହାପରେ ସେ ଚର୍ଚ୍ଚାକୁ ଆସିଥିଲେ।

ଏବେ ରାଜ୍ୟର ଡିଜିପି ରହିଛନ୍ତି ଟି.କେ ରାଜେନ୍ଦ୍ରନ। ତାଙ୍କର କାର୍ଯ୍ୟକାଳ ୨ ବର୍ଷ ପୂର୍ବରୁ ଶେଷ ହୋଇଥିଲା କିନ୍ତୁ ରାଜ୍ୟ ସରକାର ଆଉ ଦୁଇ ବର୍ଷ ବଢ଼ାଇଥିଲେ। ଆସନ୍ତାକାଲି ତାଙ୍କ କାର୍ଯ୍ୟକାଳ ଶେଷ ହେଉଛି।



from Odisha Reporter https://ift.tt/2KLxL88

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages