ପଛରୁ ପିଟି ଦେଲା ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 28, 2019

ପଛରୁ ପିଟି ଦେଲା ବସ୍‌

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରାଙ୍କିଆ ନିକଟରେ ଏକ ବାଇକ୍‌କୁ ଯାତ୍ରୀବାହି ବସ୍‌ ପଛପଟୁ ଧକ୍କା ଦେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି।

ମୃତକଙ୍କ ନାଁ ଗତିକୃଷ୍ଣ ଖୁଣ୍ଟିଆ। ତାଙ୍କ ଘର ମଠକରଗୋଳା ଅଞ୍ଚଳରେ ବୋଲି ଜଣାପଡ଼ିଛି। ତାଙ୍କ ପତ୍ନୀଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ଗତିକୃଷ୍ଣ ଓ ତାଙ୍କ ପତ୍ନୀ ବାଇକ୍‌ ଯୋଗେ ପଣ୍ଡୁଆ ଯାଉଥିବା ବେଳେ ବସ୍‌ଟି ସେମାନଙ୍କୁ ପଛପଟୁ ପିଟି ଦେଇଥିଲା। ଦୁର୍ଘଟଣା ପରେ ବସ୍‌ଟି ପଳାଇ ଯାଇଥିଲା। ଗତିକୃଷ୍ଣ ଓ ତାଙ୍କ ପତ୍ନୀଙ୍କୁ ଗୁରୁତର ଭାବେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଗତିକୃଷ୍ଣଙ୍କ ମୃତ୍ୟୁ ହୋଇଥିଲା। ପରେ ଗୁରୁତର ଅବସ୍ଥାରେ ତାଙ୍କ ପତ୍ନୀଙ୍କୁ କଟକ ପଠାଇ ଦିଆଯାଇଥିଲା।



from Odisha Reporter https://ift.tt/2FHeUqz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages