ମୋଦି, ଟ୍ରମ୍ପ ଏବଂ ସିଞ୍ଜୋ ଆବେଙ୍କ ମଧ୍ୟରେ ତ୍ରିପାକ୍ଷିକ ବୈଠକ, ଫୋକସରେ ଆତଙ୍କବାଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 27, 2019

ମୋଦି, ଟ୍ରମ୍ପ ଏବଂ ସିଞ୍ଜୋ ଆବେଙ୍କ ମଧ୍ୟରେ ତ୍ରିପାକ୍ଷିକ ବୈଠକ, ଫୋକସରେ ଆତଙ୍କବାଦୀ

ଓସାକା, ଜାପାନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ଅବସରରେ ଏକ ଅନୌପଚାରିକ ବୈଠକରେ ଯୋଗ ଦେଇ ମୋଦି ଆତଙ୍କବାଦ ବିରୋଧରେ ଏକ ହେବା ପାଇଁ ଆହ୍ୱାନ କରିଛନ୍ତି। ଏହି ଅନୌପଚାରିକ ବୈଠକରେ ବ୍ରିକ୍ସ ଦେଶର ରାଷ୍ଟ୍ର ପ୍ରତିନିଧି ଯଥା ଚାଇନା ରାଷ୍ଟ୍ରପତି ଜିଙ୍ଗ୍ ପିଙ୍ଗ୍, ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍, ବ୍ରାଜିଲ ରାଷ୍ଟ୍ରପତି ବୋଲଶୋନାରୋ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ରାମଫୋଶ୍ ଉପସ୍ଥିତ ଥିଲେ।

ସେ କହିଛନ୍ତି ଆତଙ୍କବାଦୀ ଖାଲି ନୀରିହ ଲୋକଙ୍କୁ ଟାର୍ଗେଟ କରନ୍ତି ନାହିଁ ବରଂ ଆମ ସମାଜ ପାଇଁ କ୍ଷତିକାରକ। ଏହାକୁ ଦୃଢ଼ ହସ୍ତରେ ନିପାତ କରିବାକୁ ହେବ ବୋଲି ସେ କହିଛନ୍ତି। ଏଥିପାଇଁ ସମସ୍ତ ଦେଶକୁ ଏକ ହେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏଥିସହ ବ୍ରାଜିଲ୍ ରାଷ୍ଟ୍ରପତି ଓ ଦକ୍ଷିଣ-ଆଫ୍ରିକା ରାଷ୍ଟ୍ରପତି ପୁନଃ ନିର୍ବାଚିତ ହୋଇ ଆସିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି।

ସେହିପରି ଅନ୍ୟ ଏକ ବୈଠକରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ତ୍ରିପାକ୍ଷିକ ବୈଠକରେ ଇଣ୍ଡୋ ପାସିଫିକ ଦେଶର ବିକାଶ ଉପରେ ଜୋର ଦେଇଛନ୍ତି ମୋଦି।

ଏହାପରେ ଡୋନାଲ୍ଡ ଟ୍ରମ୍ପ ଏବଂ ମୋଦିଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ବସିଥିଲା। ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ଥିବା ଟ୍ରେଡ୍ ଓ୍ୱାର ଏବଂ ଋଷିଆ ସହ ପ୍ରତିରକ୍ଷା ଚୁକ୍ତି ବାବଦରେ ଆଲୋଚନା ହୋଇଛି। ଉଭୟ ଦେଶର ରାଷ୍ଟ୍ରମୁଖ୍ୟ ପରସ୍ପର ସହ ଭଲ ସମ୍ପର୍କ ରଖିବାକୁ ଚାହୁଁଛନ୍ତି ବୋଲି ପ୍ରତିକ୍ରିୟାରେ କହିଛନ୍ତି।



from Odisha Reporter https://ift.tt/2xiBBg8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages