ନୂଆଦିଲ୍ଲୀ: ଜାପାନର ଓସାକାରେ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଂଶସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି,“ ମୋଦି ମୋର ଭଲ ବନ୍ଧୁ। ଆଗରୁ କେବେ ଦୁଇ ଦେଶ ମଧ୍ୟରେ ସଂପର୍କ ଏତେ ନିବିଡ ନଥିଲା। ଏବେ ଆମ ସଂପର୍କରେ ବହୁ ସୁଧାର ଆସିଛି। ଆମେ ମିଲିଟାରୀ କ୍ଷେତ୍ରରେ ମିଳି ମିଶି କାମ କରିବୁ।”
ଏହାସହ ସାଧାରଣ ନିର୍ବାଚନରେ ମୋଦିଙ୍କ ବିଜୟକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି ଟ୍ରମ୍ପ। ଭାରତରେ ମୋଦିଙ୍କ ଲୋକପ୍ରିୟତା ଦେଶବାସୀଙ୍କୁ ବାନ୍ଧି ରଖିଛି ବୋଲି ଟ୍ରମ୍ପ କହିଛନ୍ତି।
ଟ୍ରମ୍ପ୍ ଆହୁରି କହିଛନ୍ତି,“ ଭାରତ ବିକାଶ ପଥରେ ଅଗ୍ରଗତି କରୁଛି। ଏ କ୍ଷେତ୍ରରେ ଆମେରିକାର ସହଯୋଗ ଜାରି ରହିବ। ଭାରତ-ଆମେରିକ ଦ୍ୱିପାକ୍ଷିକ ସଂପର୍କ ଆହୁରି ସୁଦୃଢ଼ ହେବ।”
from Odisha Reporter https://ift.tt/2Logi53
No comments:
Post a Comment