ନୂଆପଡ଼ା(ମାୟାଧର ସରାଫ୍): ନୂଆପଡ଼ା ଜିଲ୍ଲା ବିଶିବାହଲ ଗାଁରେ ଜଣେ ଯୁବକଙ୍କୁ ଭାଲୁ ଆକ୍ରମଣ କରିଛି। ତାଙ୍କ ନାଁ ପବିତ୍ର ମାଝୀ।
ଆଜି ସକାଳ ପ୍ରାୟ ୬ଟା ବେଳେ ପବିତ୍ର ତାଙ୍କ ଚାଷ ଜମିକୁ ଯାଇଥିଲେ। ଏହି ସମୟରେ ଏକ ଭାଲୁ ଆସି ତାଙ୍କୁ ଆକ୍ରମଣ କରିଥିଲା। ତେବେ ପାଖ ଜମିରେ ଥିବା ଅନ୍ୟ ଚାଷୀମାନେ ତାଙ୍କୁ ଉଦ୍ଧାର କରିଥିଲେ। ପବିତ୍ରଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିସହ ଭାଲୁକୁ ଜଙ୍ଗଲକୁ ଘୋଉଡ଼ାଇ ଦିଆଯାଇଛି। ଭାଲୁଟି ନିକଟସ୍ଥ ସୁନାବେଡା ଅଭୟାରଣ୍ୟରୁ ଆସିଥିବା କୁହାଯାଉଛି।
from Odisha Reporter http://bit.ly/2WVYe9p
No comments:
Post a Comment