ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳି ଦେଲା ସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 17, 2019

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳି ଦେଲା ସ୍ୱାମୀ

ଆନନ୍ଦପୁର(ମୁନା ସିଂହ): ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳି ଦେଲା ସ୍ୱାମୀ। ଏଭଳି  ହୃଦୟ ବିଦାରକ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଘଟିଛି। ମୃତ ମହିଳାଙ୍କ ନାଁ ଲିଜା। ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

ବର୍ଷେ  ପୂର୍ବେ ଉଦୁବେଡ଼ା ଗାଁର ପ୍ରଫୁଲ୍ଲ ନାୟକ କୋଇଲିପାଳ ଗାଁର ଲିଜାଙ୍କୁ ବିବାହ କରିଥିଲେ। ବାହାଘର ଦିନଠାରୁ  ଲିଜାକୁ ତା’ଶାଶୂ ଘର ଲୋକେ ନିର୍ଯାତନା ଦେଇ ଆସୁଥିବା ଲିଜାଙ୍କ ବାପା ଅଭିଯୋଗ କରିଛନ୍ତି। ତେଣୁ ସେ ଅନେକ ସମୟରେ ନିଜ ବାପଘରେ ରହୁଥିଲେ।

ଗତକାଲି ଶ୍ୱଶୁର ଘର ଗାଁରେ ରଜ ଉପଲକ୍ଷେ ଚାଲିଥିବା ଯାତ୍ରା ଦେଖିବା ପାଇଁ ପ୍ରଫୁଲ୍ଲ ଯାଇଥିଲେ।  ଲିଜାଙ୍କୁ ଯାତ୍ରା ଦେଖିବାକୁ  ଘରୁ ଡାକି ନେଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରଫୁଲ୍ଲ ଲିଜାଙ୍କୁ ନିଛାଟିଆ ସ୍ଥାନକୁ ନେଇ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏହାପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ମୁମୂର୍ଷୁ ଅବସ୍ଥାରେ ପଡିଥିବା ଲିଜାଙ୍କୁ ଦେଖି ଗାଁ ଲୋକେ ତାଙ୍କ ଘରେ ଖବର ଦେଇଥିଲେ। ଏହାପରେ ପରିବାର ଲୋକେ ପହଞ୍ଚି ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା।  ଘଟଣା ସମ୍ପର୍କରେ ଲିଜା ମୃତ୍ୟୁ ପୂର୍ବରୁ ତାଙ୍କ ବାପାଙ୍କୁ କହିଥିବା ସେ କହିଛନ୍ତି।

ଝିଅର ମୃତ୍ୟୁ ପାଇଁ ଜ୍ୱାଇଁ ପ୍ରଫୁଲ୍ଲ ଦାୟୀ ବୋଲି ଲିଜାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

 



from Odisha Reporter http://bit.ly/2WPXEFs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages