ପରାଜୟ ସମୀକ୍ଷା କରିବାକୁ ଆସିଥିଲେ ନେତା, ଦଳୀୟ କର୍ମୀ ଗୋଡ଼େଇ ଗୋଡ଼େଇ ପିଟିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 17, 2019

ପରାଜୟ ସମୀକ୍ଷା କରିବାକୁ ଆସିଥିଲେ ନେତା, ଦଳୀୟ କର୍ମୀ ଗୋଡ଼େଇ ଗୋଡ଼େଇ ପିଟିଲେ

ମହାରାଷ୍ଟ୍ର: ସୋମବାର ମହାରାଷ୍ଟ୍ରର ଅମରାବତୀରେ ହୋଇଥିବା ବହୁଜନ ସମାଜ ପାର୍ଟି(ବିଏସପି) ବୈଠକରେ ହଙ୍ଗାମା ହୋଇଛି। ବୈଠକରେ ଉପସ୍ଥିତ ଥିବା ନେତାଙ୍କ ମଧ୍ୟରେ ପ୍ରବଳ ପାଟି ତୁଣ୍ଡ ହୋଇଥିଲା। ଏହାପରେ ସେମାନଙ୍କ ମଧ୍ୟରେ ହାତାହାତି ହୋଇଥିବା ଦେଖିବାକୁ ମିଳିଛି। ଏହି ହାତାହାତି ଚାଲିଥିବା ବେଳେ ଜଣେ ଦଳୀୟ କର୍ମୀ ନେତାଙ୍କୁ ମାଡ଼ ମାରିବା ସହିତ ସେ ପିନ୍ଧିଥିବା ଶାର୍ଟକୁ ମଧ୍ୟ ଫାଡ଼ି ଦେଇଥିବା ଦେଖିବାକୁ ମିଳିଛି। ଏମିତିକି ତାଙ୍କ ଉପରକୁ ଚେୟାର ଫିଙ୍ଗି ଦେଇଥିଲେ ଉପସ୍ଥିତ ଦଳୀୟ କର୍ମୀ।

ଏହି ବୈଠକରେ ମହାରାଷ୍ଟ୍ର ବିଏସପି ପ୍ରଭାରୀ ସନ୍ଦୀପ ତାଜନେଙ୍କ ସହିତ ଅନ୍ୟାନ୍ୟ ବଡ଼ ବଡ଼ ନେତା ଯୋଗ ଦେଇଥିଲେ। ଉପସ୍ଥିତ ଦଳୀୟ କର୍ମୀ ଅଭିଯୋଗ କରିଥିଲେ ଯେ ବିଧାନ ପରିଷଦ ଓ ଲୋକସଭା ନିର୍ବାଚନ ବେଳେ ଦଳର ପ୍ରମୁଖ ନେତା ଟଙ୍କା ଖାଇଯାଇଛନ୍ତି। ଏହାପରେ ନେତା ଓ ଦଳୀୟ କର୍ମୀଙ୍କ ମଧ୍ୟରେ ବିବାଦ ତେଜିଥିଲା। ଶେଷରେ ନେତାଙ୍କୁ ମାଡ଼ ମାରିଥିଲେ ଉପସ୍ଥିତ ଦଳୀୟ କର୍ମୀ। ଜୀବନ ବିକଳରେ ନେତାମାନେ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଦଳୀୟ କର୍ମୀ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଥିବା ଦେଖିବାକୁ ମିଳିଛି।


from Odisha Reporter http://bit.ly/2KWmgtD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages