ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ରେଳମାର୍ଗ କେବେ ଯାଇଛନ୍ତି? ଯେଊଁଠି ପାଦେ ପାଦେ ବିପଦ, କିନ୍ତୁ ଖୁବ୍‌ ରୋମାଞ୍ଚଭରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 18, 2019

ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ରେଳମାର୍ଗ କେବେ ଯାଇଛନ୍ତି? ଯେଊଁଠି ପାଦେ ପାଦେ ବିପଦ, କିନ୍ତୁ ଖୁବ୍‌ ରୋମାଞ୍ଚଭରା

ନୂଆଦିଲ୍ଲୀ: ଯଦି ଆପଣରୋମାଞ୍ଚ ଭରା ଯାତ୍ରା କରିବାକୁ ପସନ୍ଦ କରନ୍ତି, ତାହାଲେ ଏହି ଖବର ଆପଣଙ୍କ ପାଇଁ। ଆଜି ଆପଣଙ୍କୁ ଏହିପରି କିଛି ରେଳ ଲାଇନ୍‌ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ କି ପାଦେ ପାଦେ  ମୃତ୍ୟୁକୁ ସାମନା କରିବାକୁ ପଡିବ। ସେହିସବୁ ରେଳ ମାର୍ଗ ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ମାର୍ଗ ହେବା ସହ ବହୁତ ସୁନ୍ଦର ଓ ମନଲୋଭା ମଧ୍ୟ। ତାହାଲେ ଆସନ୍ତୁ ଜାଣିବା ସେହି ସବୁ ରେଳ ମାର୍ଗ ବିଷୟରେ।

ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରୁ ବନଡଙ୍ଗ୍‌କୁ ରେଳ ଯାତ୍ରା କଲା ବେଳେ ଏକ ପୋଲ ଦେଇ ଗତି କରିବାକୁ ପଡ଼ିଥାଏ। ଯେଉଁ ପୋଲ ବହୁତ ଉଚ୍ଚା। ଏହାକୁ ଗେଡ୍‌ ରେଳମାର୍ଗ ବୋଲି କୁହାଯାଏ। ଏହି ପୋଲର ଦୁଇ ପାର୍ଶ୍ୱରେ ବାଡ଼ ଲାଗିନାହିଁ। ଏହି ମାର୍ଗରେ ଗଲା ବେଳେ ଆପଣଙ୍କୁ ଡ଼ର ଲାଗିବ ନିଶ୍ଚୟ। ଏଥିପାଇଁ ଏହି ପୋଲ ବାଟେ ରେଳ ଗଲା ବେଳେ ଯାତ୍ରୀ ମାନଙ୍କର ନିଶ୍ୱାସ ଅଟକିଯାଏ। ଭୟଭୀତ ହୋଇ ବହୁ ଯାତ୍ରୀ ଚିତ୍କାର ମଧ୍ୟ କରିଥାନ୍ତି। ମାତ୍ର ଭୟରୁ ବାହାରକୁ ଆସି ଯଦି ଆପଣ ତଳକୁ ଦେଖିବେ, ତାହାଲେ ପ୍ରକୃତିର ମନଲୋଭା ସୌନ୍ଦର୍ଯ୍ୟ ଦେଖିପାରବେ।

–  ସେହିପରି ଆଉ ଏକ ବିପଦପୂର୍ଣ୍ଣ ରେଳମାର୍ଗ  ମିଆଁମାର ସୀମାରୁ ଥାଇଲ୍ୟାଣ୍ଡର କାଞ୍ଚନପୁରୀ ପ୍ରଦେଶ ମଧ୍ୟରେ ଅବସ୍ଥିତ। ଏହି ରେଳ ମାର୍ଗର ନାମ ‘ଦ ଡେଥ ରେଲ୍‌ୱେ’।  ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଏହି ମାର୍ଗକୁ ଜାପାନିମାନେ ତିଆରି କରିଥିଲେ। ଏହି ରେଳମାର୍ଗ ନଦୀ କଡ଼େ କଡ଼େ ଘନ ଜଙ୍ଗଲ ମଧ୍ୟ ଦେଇ ଯାଇଛି। ଆପଣ ଫଟୋରେ ଦେଖିପାରୁଥିବେ ଏହି ରେଳ ଲାଇନ୍‌ ଯାହା ବହୁତ୍‌ ସୁନ୍ଦର ଏବଂ ବିପଦପୂର୍ଣ୍ଣ ମଧ୍ୟ।

–  ଜାପାନର ଆଶୋ ମାନାମି ରେଳମାର୍ଗରେ ରେଳ ବହୁତ ଧିରେ ଚାଲିଥାଏ। ଏଠାରେ ଜ୍ୱାଲାମୁଖି ଫାଟିବାର ବହୁତ ଆଶଙ୍କା ରହିଥାଏ। ରେଳ ଯିବା ସମୟରେ କେତେବେଳେ ଯେ ଜ୍ୱାଲାମୁଖି ଫାଟିବ ତାହା କହିହୁଏ ନାହିଁ। ତେଣୁ ବହୁତ ବିପଦପୂର୍ଣ୍ଣ ରେଳ ଯାତ୍ରା ମଧ୍ୟରେ ଏହା ମଧ୍ୟ ସାମିଲ୍‌।

–  ଅଷ୍ଟ୍ରେଲିଆର କୁରାନ୍ଦା ସ୍କେନିକ୍‌ ରେଳପଥରେ ଗଲା ବେଳେ ଲୋକମାନଙ୍କ ନିଶ୍ୱାସ ଅଟକି ଯାଇଥାଏ।  ଏହି ରେଳ ଲାଇନ୍‌ ବରୋନ ଗୋର୍‌ଗେ ଜାତୀୟ ଉଦ୍ୟାନ ଦେଇ ଯାଇଥାଏ। ଫଟୋରେ ଏହାର ସୁନ୍ଦର ଚିତ୍ର ଦେଖି ପାରିବେ । ଏହା ଆପଣଙ୍କ ମନକୁ ବିମୋହିତ କରିବ ନିଶ୍ଚୟ। ଏହି ପଥକୁ ଦେଖି ହିଁ ଆପଣ ଅନୁମାନ କରିପାରୁଥିବେ ଏହା କେତେ ବିପଦପୁର୍ଣ୍ଣ।

ଭାରତର ଚେନ୍ନାଇ ରାମେଶ୍ୱରମ୍‌ ରେଳମାର୍ଗ ୨ କିମିରୁ ବି ଅଧିକା ଲମ୍ବା। ସମୁଦ୍ରରେ ଏହି ପୋଲ ତିଆରି ହୋଇଛି।  ଏହି ସୁଦୀର୍ଘ ପୋଲ ଦେଇ ଯିବାବେଳେ ଆପଣଙ୍କୁ କିଛି ସମୟ ପାଇଁ ମାଟି ଦେଖା ଯିବ ନାହିଁ। ଏହି ରେଳ ମାର୍ଗ ଦେଖିବାକୁ ଯେତେ ସୁନ୍ଦର ସେତେ ବିପଦପୂର୍ଣ୍ଣ ମଧ୍ୟ।



from Odisha Reporter http://bit.ly/2XXdxLB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages