ଆପଣ ବି କରୁଛନ୍ତି ଯୋଗ, ଜାଣିରଖନ୍ତୁ ଏହି ୫ଟି  ଟିପ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 18, 2019

ଆପଣ ବି କରୁଛନ୍ତି ଯୋଗ, ଜାଣିରଖନ୍ତୁ ଏହି ୫ଟି  ଟିପ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆସନ୍ତା ୨୧ ତାରିଖରେ ପାଳିତ ହେବ ଆନ୍ତରାଷ୍ଟ୍ରୀୟ ଯୋଗ ଦିବସ। ଏହାକୁ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଶାନ୍ତି ସଦ୍‌ଭାବନା ବଜାୟ ରଖିବା ସହ ବିଶ୍ୱ ସମୁଦାୟକୁ  ସୁସ୍ଥ ରହିବାର ବାର୍ତ୍ତା ପ୍ରେରଣ କରିବା।  ଯୋଗ କରିବା ଅର୍ଥ ଶାରୀରିକ, ମାନସିକ ଭାବେ ସୁସ୍ଥ ରହିବା ସହ ନିଜ ମଧ୍ୟରେ ଆଧ୍ୟାତ୍ମିକ ଚିନ୍ତାଧାରା ଜାଗ୍ରତ କରିବା। ଯୋଗ କରିବା ଦ୍ୱାରା ଆପଣ ନିରୋଗ ରହି ପାରିବେ। ବିଭିନ୍ନ ବେମାର ଆପଣଙ୍କ ପାଖ ମାଡିବନି। ଏହା ଆପଣଙ୍କ ଶରୀର ଓ ମନକୁ ସୁସ୍ଥ ଓ ଶାନ୍ତ ରଖିବାରେ ମଧ୍ୟ ସାହାଯ୍ୟ କରିବ।

୧- କିନ୍ତୁ ଯଦି ଆପଣ ନୂଆ କରି ଯୋଗ କରିବା ଆରମ୍ଭ କରିଛନ୍ତି, ତା ହେଲେ ଆପଣଙ୍କୁ କିଛି ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ।  ଆସନ୍ତୁ ଜାଣିବା ଏହି ବିଷୟରେ।  ଆପଣ ପ୍ରଥମେ ସ୍ଥିର କରିବା ଦରକାର ଯେ, ଆପଣ କ’ଣ ପାଇଁ ଯୋଗ କରିବାକୁ ଚାହୁଁଛନ୍ତି। ଆପଣଙ୍କ ସମସ୍ୟା ସମାଧାନ ଲାଗି କେଉଁ ଯୋଗ ସର୍ବୋକୃଷ୍ଟ। ଏହାକୁ କରିବାର ପ୍ରଣାଳୀ କ’ଣ। ଏ ବିଷୟରେ ଆପଣଙ୍କର ଯଦି ଜ୍ଞାନ ନାହିଁ, ତେବେ ସର୍ବପ୍ରଥମେ ଆପଣ ଯୋଗ କ୍ଲାସ୍‌ରେ ସାମିଲ ହୁଅନ୍ତୁ। ନଚେତ ଭୁଲ ଯୋଗ ମୁଦ୍ରା କଲେ  ଠିକ୍‌ ପରିବର୍ତ୍ତେ ଭୁଲ ଫଳ ପାଇବେ।

୨- ଯୋଗ କରିବା ନିମନ୍ତେ ଶୁଦ୍ଧ ବାୟୁ ଚଳାଚଳ କରୁଥିବା ଖୋଲା ପଡିଆକୁ ବାଛନ୍ତୁ। ଯୋଗ କରିବା ସମୟରେ ଟାଇଟ୍‌ ପୋଷାକ ପିନ୍ଧିବା ଉଚିତ ନୁହେଁ। ଏହି ସମୟରେ ସବୁବେଳେ ଚେଷ୍ଟା କରିବେ, ଢିଲା ଓ ସୁତା କପଡା ପିନ୍ଧିବା ଲାଗି। ଏହି ସମୟରେ ଆପଣଙ୍କର ଝାଳ ମଧ୍ୟ ବାହାରିବ। ତେଣୁ ଏପରି ଡ୍ରେସ୍‌ ପିନ୍ଧନ୍ତୁ,  ଯେଉଁଥିରେ ଆପଣ ଆରାମ ଭାବେ ବିଭିନ୍ନ ମୁଦ୍ରା ଓ ଆସନ କରି ପାରିବେ।

୩- ଯୋଗର କେଉଁ ମୁଦ୍ରା କେତେ ସମୟ ପର୍ଯ୍ୟନ୍ତ କରିବା ଆବଶ୍ୟକ,  ସେ ବିଷୟରେ ଆପଣଙ୍କର ଜ୍ଞାନ ରହିବା ଆବଶ୍ୟକ। ଯୋଗ କେବେ ବି ଜଲଦି ଭାବେ କରନ୍ତୁ ନାହିଁ। ଏହା ଲାଗି ଆପଣ ସମୟ ବାହାର କରି ସ୍ଥିର ମନରେ କରନ୍ତୁ । ଯୋଗ କରିବା ସମୟରେ ମନକୁ ସ୍ଥିର ରଖନ୍ତୁ। ଅସ୍ଥିର କିମ୍ୱା ଚଳଚଞ୍ଚଳ ହୁଅନ୍ତୁ ନାହିଁ।

୪-ଯୋଗ କରିବା ସମୟରେ ନିଶ୍ୱାସ ପ୍ରଶ୍ୱାସ ପ୍ରକ୍ରିୟା ଖୁବ୍‌ ମହତ୍ତ୍ୱପୂର୍ଣ୍ଣ ଅଟେ। କୁହାଯାଏ ଆପଣ ନେଉଥିବା ନିଶ୍ୱାସ  ହିଁ ଯୋଗର ଚାବି କାଠି। ତେଣୁ ନୂଆ କରି ଯୋଗ ଆରମ୍ଭ କରୁଥିଲେ, ଏହାର ପ୍ରଶିକ୍ଷଣ ନେବା ସହ ବିଭିନ୍ନ ମୁଦ୍ରା ଓ ଯୋଗାଭ୍ୟାସ ସମ୍ପର୍କରେ  ଠିକ୍‌ ଭାବେ ଜାଣି ନିଅନ୍ତୁ।

 ୫-ଯୋଗର ସବୁ ପ୍ରକ୍ରିୟାକୁ ଆରାମରେ ଓ ଶାନ୍ତିପୂର୍ଣ୍ଣ ଭାବେ କରନ୍ତୁ। ଏଥିଲାଗି ସର୍ବପ୍ରଥମେ ନିଜ ଶରୀର ଓ ମନକୁ ପ୍ରସ୍ତୁତ ରଖନ୍ତୁ। ଯୋଗ ଖାଇବାର ତତ୍‌କ୍ଷଣାତ ପରେ କିମ୍ବ ଯୋଗ କରିବା ପୂର୍ବରୁ ଭରପୁର ପେଟ ଖାଦ୍ୟ ଖାଆନ୍ତୁ ନାହିଁ। ଏହାଦ୍ୱାରା ଆପଣ ଅସହଜ ଅନୁଭବ କରିବେ ଓ ଯୋଗକୁ ଠିକ୍‌ ଭାବେ କରି ପାରିବେ ନାହିଁ। ଫଳରେ ଏହା ଆପଣଙ୍କ ଲାଗି ଲାଭଦାୟକ ହେବ ନାହିଁ।



from Odisha Reporter http://bit.ly/31DD3rD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages