ମୁମ୍ୱାଇ: ଡିଜନି ପ୍ରଡକ୍ସନ୍ରେ ନିର୍ମିତ ଫିଲ୍ମ ‘ଦ ଲାୟନ କିଙ୍ଗ’ର ହିନ୍ଦି ଟ୍ରେଲର ରିଲିଜ ହୋଇଯାଇଛି। ଦୀର୍ଘ ଦିନ ହେଲାଣି ଏହି ଫିଲ୍ମ ଚର୍ଚ୍ଚାରେ ରହି ଆସିଛି। କାରଣ ଏଥିରେ ଉଭୟ ଶାହାରୁଖ ଓ ତାଙ୍କ ପୁଅ ଭଏସ୍ ଦେଇଛନ୍ତି। ଏହାକୁ ଦର୍ଶକମାନେ ଖୁବ୍ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏବେ ଏହାର ଟ୍ରେଲର ଆସିଥିବା ବେଳେ ଏଥିରେ କେବଳ ଆପଣ ବଲିଉଡ ବାଦଶାହଙ୍କ ଦମଦାର ଭଏସ୍ ଶୁଣି ପାରିବେ।
ସେ ଏହି ଫିଲ୍ମରେ ‘ମୁଫସା’ ଚରିତ୍ର ଲାଗି ଭଏସ୍ ଦେଇଛନ୍ତି। ଯେଉଁଥିରେ ସେ ଠିକ୍ କାମ କରିବାକୁ ସେ ନିଜ ପୁଅକୁ ଉତ୍ସାହିତ କରୁଛନ୍ତି। ୧୯୯୪ ମସିହାରେ ଆସିଥିବା ଏହି ଏନିମେଟେଡ କ୍ଲାସିକ୍କୁ ହିନ୍ଦିରେ ଡବ୍ କରୁଥିବା ଶାହାରୁଖଙ୍କ ଭଏସ୍କୁ ଦର୍ଶକ ଖୁବ ପ୍ରଶଂସା କରିଛନ୍ତି। ଏହି ଭିଡିଓକୁ ସେ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରିଛନ୍ତି।
ଟ୍ରେଲରରେ ନିଜ ଦମଦାର ଭଏସ ଦ୍ୱାରା ଶାହାରୁଖ ନିଜ ପୁଅ ସିମ୍ୱାକୁ ମୋଟିଭେଟ କରିବାକୁ ଚେଷ୍ଟା କରୁଛନ୍ତି। କହୁଛନ୍ତି ସିମ୍ୱା ତମେ ଜଣେ ସଚ୍ଚା ରାଜା। ଏକଥା ସବୁବେଳେ ମନେ ରଖ। ଏହି ଆନିମେଟେଡ ଫିଲ୍ମରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ ମଧ୍ୟ ଅଛନ୍ତି। ଏହି ଫିଲ୍ମରେ ସିମ୍ବା ଭଏସ ଆର୍ଯ୍ୟନ ଦେବେ।
ଏହା ପୂର୍ବରୁ ମଧ୍ୟ ଏହି ବାପ ପୁଅ ଯୋଡି ୨୦୦୪ ମସିହାରେ ହଲିଉଡ ଏନିମେଟେଡ ଫିଲ୍ମ ‘ଦ ଇନକ୍ରେଡିବଲ୍ସ’ ଲାଗି ଭଏସ ଦେଇ ସାରିଛନ୍ତି। ତା’ପୂର୍ବରୁ ୨୦୦୩ ମସିହାରେ ଆସିଥିବା କରନ ଜୋହରଙ୍କ ଫିଲ୍ମ ‘କଭି ଖୁସି କଭି ଗମ୍’ରେ ମଧ୍ୟ ଉଭୟ ବାପପୁଅ ନଜର ଆସିଥିଲେ। ଉକ୍ତ ଫିଲ୍ମରେ ଆର୍ଯ୍ୟନ ନିଜ ବାପାଙ୍କ ପିଲା ବେଳର ଚରିତ୍ରରେ ଅଭିନୟ କରିଥିଲେ।
‘ଡିଜନି’ ଫିଲ୍ମ ପ୍ରଥମେ ୧୯୯୪ ମସିହାରେ ରିଲିଜ ହୋଇଥିଲା। ୨୫ ବର୍ଷ ପୂର୍ତ୍ତି ଅବସରରେ ଏହାକୁ ଦ୍ୱିତୀୟ ଥର ରିଲିଜ କରାଯାଉଛି। ଫିଲ୍ମରେ ଶାହାରୁଖ, ଆର୍ଯ୍ୟନଙ୍କ ବ୍ୟତୀତ ଅସରାନୀ, ଆଶିଷ ବିଦ୍ୟାର୍ଥୀ, ସଞ୍ଜୟ ମିଶ୍ରା ଓ ଶ୍ରେୟମ ତଲପଡେ ବି ଭିନ୍ନ ଭିନ୍ନ ଚରିତ୍ରଙ୍କ ଲାଗି ଭଏସ୍ ଦେବାର ଦେଖିବାକୁ ପାଇବେ।
Ya Allah my King is here, Beautiful as King Fierce as Lion 😭😍 I was waiting for it since I have heard and finally getting to hear a bit from you, your Sensuous Deep warm voice aaah sheer goosebumps & legit shaken! Cant wait to catch you on the first show, my King💋 #TheLionKing pic.twitter.com/eHi9AmFF99
— ❥ Sнαн Kι Bιωι ❥ 𝔏𝔦𝔬𝔫𝔢𝔰𝔰 ღ 𝒂 𝒇𝒂𝒏 (@JacyKhan) June 28, 2019
from Odisha Reporter https://ift.tt/2FFP4Dj
No comments:
Post a Comment