କାଲିଠୁ ପ୍ରବଳରୁ ଅତିପ୍ରବଳ ବର୍ଷା: ବନ୍ୟା ଆଶଙ୍କା ରହିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 28, 2019

କାଲିଠୁ ପ୍ରବଳରୁ ଅତିପ୍ରବଳ ବର୍ଷା: ବନ୍ୟା ଆଶଙ୍କା ରହିଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍ତର-ବଙ୍ଗୋପସାଗରରେ ଲଘୁଚାପ ଦାନା ବାନ୍ଧୁଛି। ଧୀରେ ଧୀରେ ଏହା ଅବପାତର ରୂପନେଇ ପଶ୍ଚିମ ଦିଗ ଆଡ଼କୁ ଗତି କରିବ। ସେହିପରି ବାୟୁମଣ୍ଡଳର ଉପରି ଭାଗରେ ମଧ୍ୟ ଏକ ମନ୍‌ସୁନ୍ ଟ୍ରାପ ଲାଇନ୍ ସକ୍ରିୟ ରହିଛି। ଏହା ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି।

ତେବେ ଆଜିଠାରୁ ବର୍ଷାର ପରିମାଣ ବଢ଼ିବ। ଆସନ୍ତାକାଲିଠୁ ୨ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଓଡ଼ିଶା ସହ ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି।

ପରିସ୍ଥିତିର ମୁକାବିଲା ଲାଗି ପଦକ୍ଷେପ ନେବାକୁ ଉଭୟ ରାଜ୍ୟ ସରକାରଙ୍କୁ କୁହାଯାଇଛି। ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଓଡ଼ିଶାରେ ବନ୍ୟା ଆଶଙ୍କା ମଧ୍ୟ ରହିଛି। ସୋନପୁର, ବୌଦ୍ଧ ଓ ଅନୁଗୋଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।



from Odisha Reporter https://ift.tt/2XfZ2Gn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages