ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ସହିଦନଗର ଅଞ୍ଚଳରୁ ଦୁଇଟି ଦୁର୍ଘଟଣାଗ୍ରସ୍ତ ଦାମୀ କାର୍ ଭିତରୁ ଦୁଇଟି ବନ୍ଧୁକ ଜବତ ହେବା ଘଟଣା ନୂଆମୋଡ଼ ନେଇଛି। ଜଣେ ବ୍ୟବସାୟୀଙ୍କୁ ଏହି ଗାଡ଼ିରେ ଅପହରଣ କରି ନେବାକୁ ଉଦ୍ୟମ ହୋଇଥିବା ଜଣାପଡ଼ିଛି। ନୟାପଲ୍ଲୀ ଅଞ୍ଚଳର ଜଣେ ବ୍ୟବସାୟୀକୁ ଚାରି ଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ ଅପହରଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏନେଇ ସଂପୃକ୍ତ ବ୍ୟବସାୟୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି।
ଗତକାଲି ରାତିରେ ବ୍ୟବସାୟୀ ଜଣଙ୍କ କାର୍ରେ ଯାଉଥିବା ବେଳେ ଚାରି ଦୁର୍ବୃତ୍ତ ତାଙ୍କୁ ଅଟକାଇ ଥିଲେ ଏବଂ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗାଡ଼ିରୁ ଓହ୍ଲାଇବାକୁ କହିଥିଲେ। ସେମାନେ ତାଙ୍କୁ ଅନ୍ୟ ଏକ କାର୍ରେ ବସାଇଥିଲେ। ସେ ଗାଡ଼ିରେ ତିନି ଜଣ ଦୁର୍ବୃତ୍ତ ତାଙ୍କ ସହିତ ରହିଲେ ଓ ଅନ୍ୟ ଜଣେ ତାଙ୍କ ଗାଡ଼ି ଡ୍ରାଇଭିଂ କରି ନେଉଥିଲେ।
ନୟାପଲ୍ଲୀରୁ ରସୁଲଗଡ଼ ଯିବାବେଳେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଦୁଇଟି ଯାକ ଗାଡ଼ି ପରସ୍ପରକୁ ଧକ୍କା ଦେଇଥିଲେ। ଏହାପରେ ଦୁଇଟି ଯାକ ଗାଡ଼ି ଓ ବନ୍ଧୁକ ଛାଡ଼ି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ ବୋଲି ସଂପୃକ୍ତ ବ୍ୟବସାୟୀ ଥାନାରେ ଅଭିଯୋଗ କରିଛନ୍ତି।
ଆଜି ସକାଳେ ସହିଦନଗର ପୁଲିସ୍ ଉଭୟ ଗାଡ଼ି ଓ ବନ୍ଧୁକ ଜବତ କରିଥିଲେ। ଜବତ ବନ୍ଧୁକ ୨ଟିକୁ ନୟାପଲ୍ଲୀ ଥାନାକୁ ପଠାଇ ଦେଇଛି ସହିଦନଗର ପୁଲିସ୍।
from Odisha Reporter http://bit.ly/2K6ZqQn
No comments:
Post a Comment