ମୁମ୍ୱାଇ: ଟେଲି ଜଗତର କୁଇନ କହିଲେ ଜିତେନ୍ଦ୍ର ତନୟା ଏକତା କପୁରଙ୍କୁ ହିଁ ବୁଝାଇଥାଏ। ୪୪ ବର୍ଷରେ ପାଦ ଥାପି ସାରିଥିବା ଏକତା ଏବେ ବି ସିଙ୍ଗଲ। ବହୁ ହିଟ୍ ଟିଭି ସିରିଏଲ ଏକତାଙ୍କ ନାମରେ ରହିଛି। ଶାଶୁ-ବୋହୂ, ବିବାହ ଆଦି ପରମ୍ପରାକୁ ଟିଭି ପରଦାରେ ଜୀବନ୍ତ ଭାବେ ପ୍ରସ୍ପୁଟିତ କରି ପାରୁଥିବା ଏକତାଙ୍କର କିନ୍ତୁ ବିବାହ ଉପରେ ଭରସା ନାହିଁ। ଏଥିଲାଗି ଏଯାଏ ସିଙ୍ଗଲ ଥିବା ଏକତା କିଛି ଦିନ ହେବ ସରୋଗେସି ଜରିଆରେ ଏକ ପୁତ୍ର ସନ୍ତାନର ମା’ ହୋଇଛନ୍ତି।
ନିଜେ ବିବାହ ନ କରିବା ପଛରେ ବାପା ଜିତେନ୍ଦ୍ରଙ୍କ ଏକ ସର୍ତ୍ତ ଦାୟୀ ବୋଲି କହିଛନ୍ତି ଏକତା। ବିବାହ କରିବା କିମ୍ୱା କାମ କରିବା ଭିତରୁ ଗୋଟିଏ ଚୟନ କରିବାକୁ ପିତା କହିବାରୁ ସେ କାମକୁ ବାଛିଥିବା କହିଛନ୍ତି ଏକତା। କିଛି ବର୍ଷ ହେବ ନିଜ ଆଖପାଖରେ ବହୁ ବିବାହ ବିଚ୍ଛେଦ ଘଟଣା ଦେଖିବା ପରେ ବିବାହ ଉପରୁ ଭରସା ତୁଟି ଯାଇଥିବା ସେ କହିଛନ୍ତି।
ବିବାହ ଲାଗି ଆନ୍ତରିକ ଭାବେ ତାଙ୍କର ଇଚ୍ଛା ନ ଥିବାରୁ ସେ କାମକୁ ଅଗ୍ରାଧିକାର ଦେଇଥିଲେ। ଥରେ ସାମ୍ୱାଦିକମାନେ ବିବାହ କେବେ କରିବେ ବୋଲି ପଚାରିବାରୁ ସଲମାନ ବିବାହ କରିବାର ୨, ୩ ବର୍ଷ ପରେ ବିବାହ କରିବେ ବୋଲି ସେ କହିଥିଲେ।
ଏକତା ନିଜ ପୁଅ ନାମ ପିତା ଜିତେନ୍ଦ୍ରଙ୍କ ପ୍ରଥମ ନାମ ରବି ଅନୁଯାୟୀ, ରବି କପୁର ଦେଇଛନ୍ତି। ଏକତାଙ୍କ ଭାଇ ତୁଷାର କପୁର ମଧ୍ୟ ବିବାହ କରି ନ ଥିବା ବେଳେ ସେ ମଧ୍ୟ ସିଙ୍ଗଲ ପ୍ୟାରେଣ୍ଟ ହୋଇପାରିଛନ୍ତି। ସରୋଗେସି ଜରିଆରେ ତାଙ୍କର ଏକ ପୁତ୍ର ସନ୍ତାନ ଅଛି। ଏହି ୨ ଭାଇଭଉଣୀ ସିଙ୍ଗଲ ଫାଦର-ମଦର ଥିବା ବେଳେ ବହୁତ ଖୁସି ଥିବା ଜଣାଯାଇଛି।
from Odisha Reporter http://bit.ly/2Iw2pyV
No comments:
Post a Comment