ଚେସ୍ ଛାଡ଼ି ଧରିଥିଲେ କ୍ରିକେଟ୍ ବଲ୍‌, ବିଶ୍ୱକପ୍‌ରେ ଦେଖାଇବେ ସିକ୍ରେଟ୍ ଚାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 4, 2019

ଚେସ୍ ଛାଡ଼ି ଧରିଥିଲେ କ୍ରିକେଟ୍ ବଲ୍‌, ବିଶ୍ୱକପ୍‌ରେ ଦେଖାଇବେ ସିକ୍ରେଟ୍ ଚାଲ୍‌

ନୂଆଦିଲ୍ଲୀ: ଚଳିତ କ୍ରିକେଟ୍ ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ ଆଜିଠାରୁ ତା’ର ଅଭିଯାନ ଆରମ୍ଭ କରିବ। ପ୍ରଥମ ମ୍ୟାଚ୍‌ରେ ଦଳ ଦକ୍ଷିଣ ଆଫ୍ରିକା ସହିତ ମୁହାଁମୁହିଁ ହେବ।

ଅଧିନାୟକ ବିରାଟ କୋହଲି ଏକ ସନ୍ତୁଳିତ ଟିମ୍ ନେଇ ଇଂଲଣ୍ଡ ଯାଇଥିବା ବେଳେ ଏଥିରେ ଭଲ ବ୍ୟାଟିଂ ଲାଇନ୍ ସହିତ ପେସ୍ ଓ ସ୍ପିନ୍ ବୋଲରଙ୍କ ଏକ ଭଲ ମିଶ୍ରଣ ରହିଛି। ଆଉ ସେମାନଙ୍କ ମଧ୍ୟରେ ଏମିତି ଜଣେ ଖେଳାଳି ଅଛନ୍ତି, ଯିଏ ଚେସ୍ ଖେଳ ଛାଡ଼ି କ୍ରିକେଟ୍ ବଲ୍ ପ୍ରେମରେ ପଡ଼ି ଯାଇଥିଲେ। ସେ ଚେସ୍‌ରେ ଭଲ ଚାଲ୍ ଚଲାଇ ପାରୁଥିଲେ, ଆଉ ଏବେ ବଲ୍‌ରେ ବି ଚକ୍‌ମା ଦେଇପାରୁଛନ୍ତି। ସେ ହେଉଛନ୍ତି, ସ୍ପିନର ୟୁଜବେନ୍ଦ୍ର ଚହଲ।

ଏଥର ଭାରତର ବିଶ୍ୱକପ୍ ଟିମ୍‌ରେ ସ୍ପିନର ଭାବେ ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ସ୍ଥାନ ପାଇଛନ୍ତି। ନିକଟରେ ଶେଷ ହୋଇଥିବା ଆଇପିଏଲ୍‌ରେ ଚହଲ ବହୁତ ବଢ଼ିଆ ପ୍ରଦର୍ଶନ କରିଥିଲେ।

ୟୁଜବେନ୍ଦ୍ର କହିଛନ୍ତି,“ଚେସ୍‌ରୁ କ୍ରିକେଟ୍‌କୁ ଆସିବା ଏକ ସ୍ୱପ୍ନ ସଦୃଶ। ଯେତେବେଳେ ବି ଟିଭିରେ ବିଶ୍ୱକପ୍‌ରେ ଭାରତର ମ୍ୟାଚ୍ ଦେଖୁଥିଲି, ଦିନେ ନା ଦିନେ ମୁଁ ବି ଏଥିରେ ସାମିଲ ହେବି ବୋଲି ଭାବୁଥିଲି। ୨୦୧୭ରୁ ମୁଁ ଲଗାତାର ଭାବେ ଟିମ୍ ସହିତ ଅଛି। ତେବେ ବିଦେଶରେ ଭଲ ପ୍ରଦର୍ଶନ କରିବା ପରେ ବିଶ୍ୱକପ୍‌ ଟିମ୍‌ରେ ସାମିଲ ହେବା ନେଇ ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲି। ଏବେ ମୋ ସ୍ୱପ୍ନ ପୂରଣ ହୋଇଛି। ବିଦେଶରେ ଭଲ ପ୍ରଦର୍ଶନ କରି ମୋ ଆତ୍ମବିଶ୍ୱାସ ବଢ଼ିଛି।”
ସେ ଆହୁରି କହିଛନ୍ତି,“ପିଚ୍ ଯେମିତି ହୋଇଥିଲେ ବି ମୁଁ ନିଜ ଦକ୍ଷତା ଉପରେ ଅଧିକ ବିଶ୍ୱାସ କରିଥାଏ।”

ସୂଚନାଯୋଗ୍ୟ ଏଥର ବିଶ୍ୱକପ୍ ଖେଳିବାକୁ ଇଂଲଣ୍ଡ ଯାଇଥିବା ଟିମ୍‌ରେ ବିରାଟ କୋହଲି (ଅଧିନାୟକ), ଶିଖର ଧୱନ୍, ରୋହିତ୍ ଶର୍ମା, ଲୋକେଶ ରାହୁଲ, ମହେନ୍ଦ୍ର ସିଂହ ଧୋନି (ୱିକେଟ୍ କିପର୍), ହାର୍ଦ୍ଦିକ ପାଣ୍ଡ୍ୟା, କେଦାର ଯାଦବ, ବିଜୟ ଶଙ୍କର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ଭୁବନେଶ୍ୱର କୁମାର, ଦିନେଶ କାର୍ତ୍ତିକ ଓ ରବୀନ୍ଦ୍ର ଜାଡେଜା ଅଛନ୍ତି।



from Odisha Reporter http://bit.ly/2Iod6mL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages