ମୋଦିଙ୍କ ସହ ନେବାକୁ ଚାହୁଁଛନ୍ତି ଚାହାର ମଜା, ହେଲେ କାହାକୁ ମିଳିବ ଏହି ସୁଯୋଗ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 4, 2019

ମୋଦିଙ୍କ ସହ ନେବାକୁ ଚାହୁଁଛନ୍ତି ଚାହାର ମଜା, ହେଲେ କାହାକୁ ମିଳିବ ଏହି ସୁଯୋଗ?

ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀଙ୍କ ସହ ଚାହା ପିଇବାକୁ ଆପଣଙ୍କ ଇଚ୍ଛା ଅଛି କି? ଆପଣ କହିବେ ଏହା ଅସମ୍ଭବ। କିନ୍ତୁ ନା, ଏହା ମଧ୍ୟ ସମ୍ଭବ। ଏପରି ସ୍ୱପ୍ନ ବି ପୂରଣ ହେବାକୁ ଯାଉଛି। ଦେଶବାସୀଙ୍କ ପାଇଁ ଭଳି କି ଭଳି ଯୋଜନା ନେଇ ଆସୁଥିବା ମୋଦି ସରକାର ଏବେ ଏହି ନୂଆ ଉପାୟ ଆପଣାଇଛନ୍ତି। ହେଲେ କେଉଁମାନେ ଏପରି ସୁଯୋଗ ପାଇ ପାରିବେ ଜାଣିଛନ୍ତି, କି?

ସବୁଠୁ ଅଧିକ ଟ୍ୟାକ୍ସ ପଇଠ କରୁଥିବା ବ୍ୟକ୍ତି ପାଇବେ ଏପରି ସୁବର୍ଣ୍ଣ ସୁଯୋଗ। ଦେଶର ପ୍ରଧାନମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀଙ୍କ ସହ ସେ ନେଇପାରିବେ ଚାହାର ମଜା। ବାସ୍ତବରେ ସରକାର ଆୟକର ପାଣ୍ଠି ବଢାଇବାକୁ  ଚାହୁଁଛନ୍ତି । ତେଣୁ ଏଭଳି ଉପାୟ  ଅବଲମ୍ୱନ କରିବାକୁ ସ୍ଥିର କରିଛନ୍ତି। ଏହାଦ୍ୱାରା ଅଧିକ ଲୋକ ଉତ୍ସାହିତ ହୋଇ ଇନ୍‌କମ୍‌ ଟ୍ୟାକ୍ସ ପଇଠ କରିବେ ବୋଲି ସରକାର ଆଶା ରଖିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ‘ଚାଏ ପେ ଚର୍ଚ୍ଚା’ରେ ମଉକା ପାଇବା ପାଇଁ ଲୋକେ ଅଧିକର ଅଧିକ ଆୟକର ଦେବା ଲାଗି ପ୍ରୋତ୍ସାହିତ ହେବେ। କେବଳ ମୋଦି ନୁହେଁ ସବୁଠୁ ଅଧିକ ଟ୍ୟାକ୍ସ ପଇଠ କରୁଥିବା ବ୍ୟକ୍ତିଙ୍କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ମଧ୍ୟ ଚାହା ପିଇବାକୁ ମଉକା ମିଳିବ।

ସରକାରଙ୍କ ଯୋଜନା ହେଉଛି ଟ୍ୟାକ୍ସ ସିଷ୍ଟମକୁ ଅଧିକ ପ୍ରଗତିଶୀଳ କରିବା। ଏହି ଯୋଜନାର ଘୋଷଣା ସରକାର ଜୁଲାଇରେ ହେବାକୁ ଥିବା ବଜେଟ୍ ଅଧିବେଶନରେ କରିପାରନ୍ତି। ବାସ୍ତବରେ ସରକାର ଅଧିକରୁ ଅଧିକ ଯୋଜନା ଆଣିବାକୁ ଚାହୁଁଛନ୍ତି। ଆଉ ସେଥିପାଇଁ ଅର୍ଥର ଆବଶ୍ୟକତା ରହିଛି। ତେଣୁ ଲୋକମାନଙ୍କୁ ଆୟକର ପଇଠ କରିବାକୁ ନୂଆ ଉପାୟରେ ପ୍ରୋତ୍ସାହିତ କରିବାକୁ ସରକାର ଆପଣାଇବେ ଏପରି ପଦକ୍ଷେପ।

ଗତ ଆର୍ଥିକ ବର୍ଷ ୨୦୧୮-୧୯ରେ ଅନ୍‌ଲାଇନ୍ ଆୟକର ପଇଠ କରିଥିବା ଲୋକଙ୍କ ସଂଖ୍ୟା ବହୁତ କମ୍‌ ଥିଲା। ମିଳିଥିବା ୨୦୧୮-୧୯ ଆର୍ଥିକ ବର୍ଷରେ ଅନ୍‌ଲାଇନ୍‌ ‌ଆୟକର ଦେଉଥିବା ଲୋକଙ୍କ ସଂଖ୍ୟା ୬.୬ ଲକ୍ଷରୁ ତଳକୁ ଖସି କମିଯାଇଥିଲା।



from Odisha Reporter http://bit.ly/31bl6A8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages