କେବଳ ଓଡ଼ିଶାରେ ନୁହେଁ ରାଜ୍ୟ ବାହାରେ ବି ପାଳନ ହୁଏ ରଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 13, 2019

କେବଳ ଓଡ଼ିଶାରେ ନୁହେଁ ରାଜ୍ୟ ବାହାରେ ବି ପାଳନ ହୁଏ ରଜ

ଓଡ଼ିଶା ରିପୋର୍ଟର(ଭୁବନେଶ୍ୱର): ଆସିଛି ଆନନ୍ଦ ଉଲ୍ଲାସର ପର୍ବ ରଜ। ବାରମାସ ତେର ପରବ ଭିତରୁ ଓଡ଼ିଆଙ୍କର ସବୁଠୁ ବଡ଼ ଓ ପ୍ରିୟ ପର୍ବ ହେଉଛି ରଜ। ବର୍ଷକୁ ଥରେ ପ୍ରତିଟି ଓଡ଼ିଆ ଘରେ ଏହି ପର୍ବକୁ ଥାଏ ଅପେକ୍ଷା। ଆଉ ଏହାର ଆଗମନରେ ମହକି ଉଠେ ଓଡ଼ିଶାର ପରିବେଶ। ଜ୍ୟେଷ୍ଠ ମାସର ଶେଷ ଓ ଆଷାଢ଼ ମାସର ଆରମ୍ଭକୁ ମିଶାଇ ଓଡ଼ିଶାରେ ଏହି ତିନିଦିନ ‘ରଜ’ ପାଳନ କରାଯାଏ। ଜ୍ୟେଷ୍ଠ ମାସର ଶେଷଦିନକୁ ପହିଲି ରଜ କୁହାଯାଏ। ଆଉ ଆଷାଡ଼ ମାସର ପ୍ରଥମ ଦିନକୁ ରଜ ସଂକ୍ରାନ୍ତି ଓ ତା’ପରଦିନକୁ ଶେଷ ରଜ ବା ଭୂମିଦହନ କୁହାଯାଏ।

ପୋଡ଼ପିଠା, ରଜ ପାନଖିଆ ଓ ଦୋଳି ସାଙ୍ଗକୁ ପୁଚି ଖେଳ ଏହି ପର୍ବକୁ ଆହୁରି ଜମାଇଦିଏ। ଏହାକୁ ବିଶେଷ କରି ଝିଅମାନଙ୍କ ପର୍ବ ବୋଲି କୁହାଯାଏ। ରଜରେ ପୋଡ଼ପିଠା ଓ ପାନ ଖାଇବା ସହ ଝିଅମାନେ ଦୋଳି ଖେଳିଥାନ୍ତି। ପୁଅମାନେ କବାଡ଼ି,ବାଗୁଡ଼ି ଖେଳି ଏହି ପର୍ବର ମଜା ଉଠାଇଥାନ୍ତି। ମାଟି ମା’ ବି ମସଗୁଲ ହୁଏ ଏହି ପର୍ବରେ। ରଜସ୍ୱଳା ହୋଇ ଭରିଦିଏ ଶସ୍ୟଶ୍ୟାମଳାର ଅପୂର୍ବ ସମ୍ଭାର। ଖାଲି ଓଡ଼ିଶା ନୁହେଁ ଭାରତର ଅନ୍ୟ ରାଜ୍ୟରେ ମଧ୍ୟ ଏହି ପର୍ବ ସହ ରହିଛି ସମ୍ପର୍କ। ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ।

ଅନ୍ୟ ରାଜ୍ୟରେ ରଜ- ଆସାମର ନୀଳାଚଳ ପର୍ବତର ସମୁଦ୍ର ପତ୍ତନରୁ ପ୍ରାୟ ୮୦୦ ଫୁଟ୍‌ ଉଚ୍ଚରେ ଗୌହାଟିରେ ଏକ ମନ୍ଦିର ରହିଛି। ଏହି ମନ୍ଦିରକୁ ଦେଶର ୫୧ଟି ଶକ୍ତିପୀଠରୁ ଗୋଟିଏ ବୋଲି ବିବେଚନା କରାଯାଏ। ଏଠି ମା’ କାମାକ୍ଷା ଦେବୀ ପୂଜା ପାଆନ୍ତି। ବିଶ୍ୱାସ ରହିଛି, ଭଗବାନ ବିଷ୍ଣୁ ଯେତେବେଳେ ଦେବୀ ସତୀଙ୍କର ଶବକୁ ସୁଦର୍ଶନ ଚକ୍ରରେ ଛେଦନ କରି ଖଣ୍ଡ ଖଣ୍ଡ କରିଦେଇଥିଲେ, ସେତେବେଳେ ତାଙ୍କର ଯୋନିର ଅଂଶ ଏହି ସ୍ଥାନରେ ପଡ଼ିଥିଲା। ଏହି ମନ୍ଦିରରେ ମାତାଙ୍କ ଯୋନି ପୂଜା କରାଯାଏ।

ଓଡ଼ିଶାରେ ରଜ ପାଳନ ପରି ଏଠାରେ ମଧ୍ୟ ପ୍ରତ୍ୟେକ ବର୍ଷ ତିନିଦିନ ପାଇଁ ମାତାଙ୍କ ମନ୍ଦିର ବନ୍ଦ ରୁହେ। କୁହାଯାଏ ଦେବୀ କାମାକ୍ଷା ଏହି ସମୟରେ ରଜସ୍ୱାଳା ହୋଇଥାନ୍ତି ଓ ତାଙ୍କ ଶରୀରରୁ ତଥା ଯୋନି କୁଣ୍ଡରୁ ରକ୍ତ ନିର୍ଗତ ହୋଇଥାଏ। ଏହାର ପ୍ରବାହରେ ପାଖରେ ଥିବା ବ୍ରହ୍ମପୁତ୍ର ନଦୀ ଜଳ ତିନି ଦିନ ଧରି ରକ୍ତ ବର୍ଣ୍ଣ ହୋଇଥାଏ ବୋଲି କୁହଯାଏ।

ଏହି ତିନି ଦିନ ମାତା ଋତୁମତି ହେବା ଖୁସିରେ ଏଠାରେ ଏକ ମେଳା ଆୟୋଜନ ହୋଇଥାଏ। ମେଳାର ନା ହେଉଛି ‘ଆମ୍ବୁବାଚୀ’। ଉକ୍ତ ସମୟରେ ଏହି ଶକ୍ତିପୀଠର ଆଧ୍ୟାତ୍ମିକ ଶକ୍ତି ଆହୁରି ବଢ଼ିଯାଏ। ତେଣୁ ଦେଶର କୋଣ ଅନୁକୋଣରୁ ସାଧୁ ସନ୍ଥ, ଅଘୋରି ଓ ତାନ୍ତ୍ରିକଙ୍କର ସୁଅ ଛୁଟିଥାଏ। ଏମାନେ ଏହି ତିନିଦିନ ମନ୍ଦିରର ଆଖପାଖରେ ଗୁମ୍ଫାରେ ରହି ସାଧନା କରଥାନ୍ତି।

ଓଡ଼ିଶାରେ ଯେପରି ତିନିଦିନ ରଜ ପରେ ଚତୁର୍ଥ ଦିନ ବସୁମତୀ ସ୍ନାନ କରାଯାଏ। ‌ଏଠାରେ ମଧ୍ୟ ସେହିପରି ଚତୁର୍ଥ ଦିନ ମନ୍ଦିରର ଦ୍ୱାର ଖୋଲେ। ମାତାଙ୍କର ଦିବ୍ୟ ପ୍ରସାଦ ପାଇବା ପାଇଁ ଭକ୍ତ ଓ ସାଧୁ ସନ୍ଥଙ୍କର ଭିଡ଼ ଜମେ। ଏହି ଦିବ୍ୟ ପ୍ରସାଦ ହେଉଛି ଏକ ଲାଲ୍‌ ରଙ୍ଗର ବସ୍ତ୍ର। କାମାକ୍ଷା ଦେବୀଙ୍କ ରଜସ୍ୱାଳା ସମୟରେ ସାରା ମନ୍ଦିରରେ ଧଳା ରଙ୍ଗର ବସ୍ତ୍ର ବିଛାଯାଇଥାଏ। ତିନି ଦିନ ପରେ ଏହାର ରଙ୍ଗ ଲାଲ୍‌ ହୋଇଯାଏ ଏବଂ ସେହି ଲାଲ୍‌ ରଙ୍ଗର ବସ୍ତ୍ରକୁ ଭକ୍ତମାନଙ୍କୁ ପ୍ରସାଦ ସ୍ୱରୁପ ଦିଆଯାଇଥାଏ । ଏହି ବସ୍ତ୍ରର ଏକ ଖଣ୍ଡ ଯାହାକୁ ମିଳିଯାଏ ତା’ ଜୀବନର ସମସ୍ତ ବାଧା, ବିଘ୍ନ, ଦୁଃଖ ଓ ଦୁର୍ଦ୍ଦଶା ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି।

 



from Odisha Reporter http://bit.ly/2X9V2Xg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages