୪ଜି ଡିଜିଟାଲ୍ ସେବା ପ୍ରତି ଓଡ଼ିଶାରେ ବଢୁଛି ଆଦୃତି, ଏପ୍ରିଲରେ ରିଲାଏନ୍ସ ଜିଓ ଯୋଡିଛି ୩ ଲକ୍ଷରୁ ଊର୍ଦ୍ଧ୍ୱ ଗ୍ରାହକ:ଟ୍ରାଇ ରିପୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 25, 2019

୪ଜି ଡିଜିଟାଲ୍ ସେବା ପ୍ରତି ଓଡ଼ିଶାରେ ବଢୁଛି ଆଦୃତି, ଏପ୍ରିଲରେ ରିଲାଏନ୍ସ ଜିଓ ଯୋଡିଛି ୩ ଲକ୍ଷରୁ ଊର୍ଦ୍ଧ୍ୱ ଗ୍ରାହକ:ଟ୍ରାଇ ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଓଡିଶାରେ ନୂତନ ଗ୍ରାହକ ସୃଷ୍ଟି କରିବା କ୍ଷେତ୍ରରେ ରିଲାଏନ୍ସ ଜିଓ କ୍ରମାଗତ ଭାବେ ଅଗ୍ରଣୀ ରହିଆସିଛି। ୨୦୧୯ ଏପ୍ରିଲରେ ମୋଟ ୩.୦୩ ଲକ୍ଷ ନୂତନ ଗ୍ରାହକଙ୍କୁ ନିଜର ସମ୍ପୂର୍ଣ୍ଣ ୪ଜି ନେଟୱର୍କରେ ସାମିଲ କରି ପୁଣି ଥରେ ଏହା ମୋଟ ଗ୍ରାହକ ସଂଖ୍ୟା ବୃଦ୍ଧି କରିବା କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛି ।  ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ( ଟ୍ରାଇ) ପକ୍ଷରୁ ପ୍ରକାଶ କରାଯାଇଥିବା ସଦ୍ୟତମ ଗ୍ରାହକ ସଂଖ୍ୟା ତଥ୍ୟରୁ ଏହା  ଜଣାପଡ଼ିଛି ।

୨୦୧୯ ଏପ୍ରିଲରେ ଟ୍ରାଇ ଗ୍ରାହକ ସଂଖ୍ୟା ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ଏହି ସମୟରେ ମୋଟ ୩.୦୩ ଲକ୍ଷ ନୂତନ ଗ୍ରାହକ ସଂଯୋଗ କରି ପ୍ରଥମ ସ୍ଥାନରେ ରହିଛି। ଦ୍ୱିତୀୟ ସ୍ଥାନରେ ରହିଥିବା ବିଏସ୍ଏନ୍ଏଲ୍ ମାତ୍ର ୧୨,୧୦୦ ଗ୍ରାହକ ସାମିଲ କରିପାରିଛି । ଏହି ମାସରେ ଅନ୍ୟାନ୍ୟ ମୋବାଇଲ ସେବା ପ୍ରଦାନକାରୀ ସଂସ୍ଥାମାନେ ଲକ୍ଷାଧିକ ସଂଖ୍ୟାରେ ଗ୍ରାହକ ହରାଇଥିବାରୁ ଓଡ଼ିଶାର ଗ୍ରାହକ ସଂଖ୍ୟାରେ ୩.୪୭ ଲକ୍ଷ ହ୍ରାସ ଘଟିଛି। ଫଳରେ ଏବେ ମୋଟ ଗ୍ରାହକ ସଂଖ୍ୟା ୩.୨୩ କୋଟିରେ ପହଞ୍ଚିଛି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି ।

ତେବେ ଜିଓ ଗ୍ରାହକମାନଙ୍କ ଅତି ପସନ୍ଦଯୋଗ୍ୟ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀ ଭାବେ ଓଡ଼ିଶାରେ ଏପ୍ରିଲ ମାସରେ ସର୍ବାଧିକ ଗ୍ରାହକ ଯୋଡିପାରିଛି। ଅନ୍ୟ ସେବା ପ୍ରଦାନକାରୀ କମ୍ପାନୀମାନଙ୍କ ମଧ୍ୟରେ ଭୋଡାଫୋନ୍ ଆଇଡିଆ ସର୍ବାଧିକ ୪.୩୧ ଲକ୍ଷ ଗ୍ରାହକ ହରାଇଛି । ଏହାପଛକୁ ଭାରତୀ ଏୟାରଟେଲ ୧.୨୬ ଲକ୍ଷ ଏବଂ ଟାଟା ଟେଲି ସର୍ଭିସେସ୍ ୧.୦୫ ଲକ୍ଷ ଗ୍ରାହକ ହରାଇଥିବା ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରିଲାଏନ୍ସ ଜିଓ ଏହାର ସର୍ବାଧିକ ଲୋକପ୍ରିୟ ଏବଂ ସୁଲଭ ମୂଲ୍ୟରେ ମିଳୁଥିବା ଜିଓ ଫୋନ- ଇଣ୍ଡିଆ ବା ସ୍ମାର୍ଟଫୋନ ଲାଗି ଗ୍ରାହକମାନଙ୍କ ଆଦୃତି ପାଇପାରିଛି। ଏହାସହିତ କମ୍ପାନୀ ନିଜର ସମ୍ପୂର୍ଣ୍ଣ ୪ଜି ନେଟୱର୍କର ଦ୍ରୁତ ସଂପ୍ରସାରଣ କରିବା ସହ ଦୂରଦୂରାନ୍ତ ଅଞ୍ଚଳରେ ସେବା ଉପଲବ୍ଧ କରାଇ ପାରୁଛି। ଏଥିଯୋଗୁ ଓଡ଼ିଶାରେ କ୍ରମାଗତ ଭାବେ ଏବଂ ପ୍ରତି ମାସରେ ଏହାର ଗ୍ରାହକ ସଂଖ୍ୟା ବୃଦ୍ଧି  ହେବାରେ ଲାଗିଛି ।

ଜାତୀୟସ୍ତରରେ ମଧ୍ୟ ୨୦୧୯ ଏପ୍ରିଲରେ ଜିଓ ନୂତନ ଗ୍ରାହକ ଯୋଡିବାରେ ଅଗ୍ରଣୀ ରହିବା ସହିତ ଏହି ମାସରେ ୮୦ ଲକ୍ଷରୁ ଊର୍ଦ୍ଧ୍ୱ ସଂଖ୍ୟକ ନୂତନ ଗ୍ରାହକ ସାମିଲ କରିପାରିଛି। ଏହି ସମୟରେ ଅନ୍ୟ ସେବା ପ୍ରଦାନକାରୀ କମ୍ପାନୀମାନଙ୍କ ଗ୍ରାହକ ସଂଖ୍ୟାରେ ହ୍ରାସ ଘଟିଛି । ଟ୍ରାଇ ତଥ୍ୟ ଅନୁସାରେ, ଗତ ଏପ୍ରିଲରେ ଭାରତର ବ୍ରଡବ୍ୟାଣ୍ଡ ଗ୍ରାହକ ସଂଖ୍ୟା ହାରାହାରି ଭାବେ ୫୬.୭ କୋଟିକୁ ବୃଦ୍ଧି ପାଇଛି ।

ଯାହାକି ଏହାର ପୂର୍ବ ମାସ ତୁଳନାରେ ୦.୭୮ ପ୍ରତିଶତ ଅଧିକ । ରିଲାଏନ୍ସ ଜିଓ’ର ସର୍ବାଧିକ ଭାବେ ୩୧.୪୮ କୋଟି ବ୍ରଡବ୍ୟାଣ୍ଡ ଗ୍ରାହକ ରହିଥିବା ବେଳେ ଏହାପଛକୁ ଭାରତୀ ଏୟାରଟେଲ(୧୧.୧୪ କୋଟି),ଭୋଡାଫୋନ ଆଇଡିଆ( ୧୦.୯୬ କୋଟି) ଏବଂ ବିଏସ୍ଏନ୍ଏଲ୍(୨.୨୨କୋଟି) ରହିଛନ୍ତି ।

ଏଠାରେ ପ୍ରକାଶଯୋଗ୍ୟ ଯେ, ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ଶେଷ ହୋଇଥିବା ତ୍ରୈମାସିକ ପାଇଁ ଟ୍ରାଇ ପକ୍ଷରୁ ପ୍ରକାଶ କରାଯାଇଥିବା ଆର୍ଥିକ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ଏହି କ୍ଷେତ୍ରରୁ ସୃଷ୍ଟି ହୋଇଥିବା ମୋଟ ଆୟ ମଧ୍ୟରୁ ରିଲାଏନ୍ସ ଜିଓ ସର୍ବାଧିକ ଭାବେ ୪୨.୪ ପ୍ରତିଶତ ବଜାର ଅଂଶ ଅକ୍ତିଆର କରି ଅନ୍ୟ ସମସ୍ତ ସେବା ପ୍ରଦାନକାରୀ କମ୍ପାନୀମାନଙ୍କୁ ପଛରେ ପକାଇଛି ।

ଟ୍ରାଇ ରିପୋର୍ଟ ଅନୁସାରେ ୨୦୧୯ ଜାନୁଆରୀ-ମାର୍ଚ୍ଚ ତ୍ରୈମାସିକରେ ରିଲାଏନ୍ସ ଜିଓ ୪୦୩.୧୯ କୋଟି ଟଙ୍କା ଆୟ କରିଥିବା ବେଳେ ଭାରତୀ ଏୟାରଟେଲ ୩୫୭.୪୪ କୋଟି ଟଙ୍କା ,ଭୋଡାଫୋନ ଆଇଡିଆ ୧୨୧.୯ କୋଟି ଟଙ୍କା,ବିଏସ୍ଏନ୍ଏଲ୍ ୬୦.୦୫ କୋଟି ଟଙ୍କା ଏବଂ ଟାଟା ଟେଲି ସର୍ଭିସେସ୍ ୯.୨୨ କୋଟି ଟଙ୍କା ଆୟ କରିଛି ।



from Odisha Reporter https://ift.tt/31RncFO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages