ମୁମ୍ୱାଇ: ୧୦ ଟଙ୍କାକୁ ନେଇ ରାସ୍ତା ମଝିରେ ମହାଭାରତ। ମହାରାଷ୍ଟ୍ରର ଦାଦର ଅଞ୍ଚଳରେ ପୁରୁଣା ଦଶ ଟଙ୍କିଆ ନୋଟକୁ ନେଇ ଗ୍ରାହକଙ୍କ ସହ ବଚସା ହେବା ପରେ ପରିବା ବିକାଳୀ ଜଣଙ୍କ ଗ୍ରାହକଙ୍କୁ ହତ୍ୟା କରିଥିବା ସ୍ଥାନୀୟ ପୁଲିସ କହିଛି। ସୋମବାର ବିଳମ୍ୱିତ ରାତିରେ ହନିଫ୍ ସିଦ୍ଦିକି ନାମକ ବ୍ୟକ୍ତି ଦାଦର(ପଶ୍ଚିମ) ରେଲଓ୍ୱେ ଷ୍ଟେଶନ ବାହାରେ ବସିଥିବା ଜଣେ ପରିବା ବିକାଳୀ ପାଖରୁ ପରିବା କିଣିଥିଲେ। ଏଥିପାଇଁ ଏକ ପୁରୁଣା ୧୦ ଟଙ୍କିଆ ନୋଟ୍ ଦେଇଥିଲେ ସିଦ୍ଦିକି।
ହେଲେ ଏହି ପୁରୁଣା ନୋଟକୁ ପରିବା ଦୋକାନୀ ଜଣଙ୍କ ଗ୍ରହଣ କରିନଥିଲା। ଏହାପରେ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗିଯାଇ ପରିବା ଦୋକାନୀ ଜଣଙ୍କ ସିଦ୍ଦିକିରୁ ଛୁରୀରେ ଭୁସି ଦେଇଥିଲା ବୋଲି ପୁଲିସ କହିଛି। ହତ୍ୟା କରି ସାରିବା ପରେ ହତ୍ୟାକାରୀ ପରିବା ବିକାଳୀ ଫେରାର ହୋଇଯାଇଥିଲା। କିନ୍ତୁ ପୁଲିସ ତାକୁ ଗିରଫ କରିବାରେ ସକ୍ଷମ ହୋଇଛି। ପୁଲିସ ପରିବା ବିକାଳୀ ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ହେଲେ ପରିବା ବିକାଳୀର ନାଁ ମୁମ୍ୱାଇ ପୁଲିସ ସ୍ପଷ୍ଟ କରିନାହିଁ।
from Odisha Reporter https://ift.tt/2RBUsMM
No comments:
Post a Comment