ଲଣ୍ଠନ ଫାଟି ଦୁଇ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 29, 2019

ଲଣ୍ଠନ ଫାଟି ଦୁଇ ଗୁରୁତର

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଦୀଘି ଗାଁରେ ଲଣ୍ଠନ ଫାଟି ଯିବାରୁ ଜଣେ ବ୍ୟକ୍ତି ଓ ତାଙ୍କ ନାତି ଗୁରୁତର ଆହତ ହୋଇଛନ୍ତି। ଆହତଦ୍ୱୟ ହେଲେ ଫକୀର ମହାରଣା (୫୬) ଓ ଶ୍ରୀନିବାସ ମହାରଣା (୮)।

ଗତକାଲି ସନ୍ଧ୍ୟାରେ ଗାଁକୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ସେଥିପାଇଁ ଫକୀରଙ୍କ ଘରେ ଲଣ୍ଠନ ଜଳା ଯାଇଥିଲା। ତେବେ ଫକୀର ଲଣ୍ଠନ ଜଳୁଥିବା ଅବସ୍ଥାରେ ସେଥିରେ କିରାସିନି ଭର୍ତ୍ତି କରୁଥିବା ବେଳେ ତାହା ଫାଟି ଯାଇଥିଲା। ସେତେବେଳେ ତାଙ୍କ ସହିତ ନାତି ଶ୍ରୀନିବାସ ବି ଉପସ୍ଥିତ ଥିଲେ। ଲଣ୍ଠନ ଫାଟି ଯିବାରୁ ଉଭୟଙ୍କ ଶରୀରର ବିଭିନ୍ନ ଅଂଶ ପୋଡ଼ି ଯାଇଛି। ସେମାନଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।



from Odisha Reporter https://ift.tt/2KKHICV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages