ରେଡ ଲିପଷ୍ଟିକ୍‌ ଲଗାଇଲେ ଲାଗିବେ ଆକର୍ଷଣୀୟ, ଗ୍ଲାମରସ, କିନ୍ତୁ ଜାଣି ରଖନ୍ତୁ କିଛି ଟିପ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 29, 2019

ରେଡ ଲିପଷ୍ଟିକ୍‌ ଲଗାଇଲେ ଲାଗିବେ ଆକର୍ଷଣୀୟ, ଗ୍ଲାମରସ, କିନ୍ତୁ ଜାଣି ରଖନ୍ତୁ କିଛି ଟିପ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ସାଧାରଣତଃ ଯୁବତୀ ଓ ମହିଳାମାନେ ଯୁଆଡେ ବି ଯାଆନ୍ତି, ନିଜ ହ୍ୟାଣ୍ଡବ୍ୟାଗରେ ବିୟୁଟି ପ୍ରଡକ୍ଟ ରଖିବାକୁ ଭୁଲି ନଥାନ୍ତି। ସେଥିମଧ୍ୟରୁ ରେଡ ଲିପଷ୍ଟିକ୍‌ ଅଧିକାଂଶ ଯୁବତୀଙ୍କ ବ୍ୟାଗରେ ସ୍ଥାନ ପାଇଥାଏ। କିନ୍ତୁ ବହୁତ ଯୁବତୀ ଏହି କଲରରୁ ବୋଲ୍ଡ ଭାବି ସବୁଦିନ ଲଗାଇବାକୁ ଆଭଏଡ କରିଥାନ୍ତି। ବହୁ ଷ୍ଟଡିରୁ ଜଣାପଡିଛି ଯେ, ରେଡ ଲିପଷ୍ଟିକ୍‌ ଲଗାଇଲେ ଆପଣ ସୁନ୍ଦର ଦେଖାଯିବା ସହ ଆପଣଙ୍କ ପର୍ସନାଲିଟି ମଧ୍ୟ ବଦଳି ଯାଇଥାଏ। କିପରି ଏହା ସମ୍ଭବ ଆସନ୍ତୁ ଜାଣିବା।

ଯଦି ଆପଣ ଠିକ୍‌ ଶେଡର ରେଡ ଲିପଷ୍ଟିକ୍‌ ଲଗାଇଛନ୍ତି, ତା’ ହେଲେ ଆପଣଙ୍କୁ ଖୁସି ଅନୁଭବ ହେବ। ଏହାଦ୍ୱାରା ସୁନ୍ଦର ବୋଲି ଆପଣଙ୍କ ମନରେ ଆତ୍ମବିଶ୍ୱାସ ଜାଗ୍ରତ ହେବ। ରେଡ କଲର ଲିପଷ୍ଟିକ୍‌ ଲଗାଇ ଆପଣ ମାର୍କେଟ ଯାଇଥିଲେ, ଯେ କେହି ନିହାତି ଆପଣଙ୍କୁ ବୁଲିକି ଦେଖିବା ନିଶ୍ଚିତ । ଏହା ଏପରି ଏକ ଲିପ୍‌ କଲର ଯାହାକି ସବୁ ସ୍କିନ ଟୋନକୁ ସୁଟ କରିଥାଏ ଓ ସମସ୍ତେ ଏହାକୁ ପସନ୍ଦ କରିଥାନ୍ତି। ଲାଇଟ୍‌, ଡାର୍କ ଆଦି ସବୁ କମ୍ପ୍ଲେସନ ଉପରେ ଏହି କଲର ଲିପଷ୍ଟିକ୍‌ ଭଲ ମାନିଥାଏ।

ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଥିଲା ଯେ,  ଓଠ ଓ ଆଇବ୍ରୋଜ୍‌ ବୟସ ବଢିବା ସହ ନିଜ ଚମକ ହରାଇ ଦେଇଥାନ୍ତି। ତେଣୁ କମ୍‌ ବୟସର ଯୁବତୀମାନଙ୍କ ଲିପ୍‌ କଲର ବୟସ୍କା ମହିଳାଙ୍କ ଲିପ୍‌ କଲରଠାରୁ ଅଧିକ ଲାଲ ହୋଇଥାଏ। ଏପରି କ୍ଷେତ୍ରରେ ଆକର୍ଷଣୀୟ ଦେଖାଯିବା ଲାଗି ବୟସ୍କାମାନେ ମଧ୍ୟ ସବୁବେଳେ ରେଡ ଲିପଷ୍ଟିକ୍‌ ହିଁ ଚୟନ କରନ୍ତୁ।

ହାବାର୍ଡ ୟୁନିଭରସିଟିରେ ହୋଇଥିବା ଏକ ଷ୍ଟଡିରେ ଜଣାପଡିଥିଲାଯେ, ଯେଉଁ କର୍ମଜୀବୀମାନେ ରେଡ ଲିପଷ୍ଟିକ୍‌ ଲଗାଇବାକୁ ପସନ୍ଦ କରନ୍ତି, ସେମାନେ ନିଜ କର୍ମକ୍ଷେତ୍ରରେ ଅଧିକ ଦକ୍ଷ, ସକ୍ଷମ ଓ ସମର୍ଥ ବୋଲି ଗ୍ରହଣ କରାଯାଇଥାଏ। ତାଙ୍କ ପର୍ସନାଲିଟିକୁ ମଧ୍ୟ  ଅଧିକ ପସନ୍ଦ ବି କରାଯାଇଥାଏ।



from Odisha Reporter https://ift.tt/2xlRuT8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages