ମନ୍ତ୍ରୀ ପଦ ଦେବାକୁ ବାରମ୍ବାର ଫୋନ୍ କରିଥିଲେ ଅମିତ ଶାହ, କିନ୍ତୁ ପ୍ରତାପ ଷଡ଼ଙ୍ଗୀ ଫୋନ୍‌ ଉଠାଇ ନଥିଲେ, କାରଣ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 2, 2019

ମନ୍ତ୍ରୀ ପଦ ଦେବାକୁ ବାରମ୍ବାର ଫୋନ୍ କରିଥିଲେ ଅମିତ ଶାହ, କିନ୍ତୁ ପ୍ରତାପ ଷଡ଼ଙ୍ଗୀ ଫୋନ୍‌ ଉଠାଇ ନଥିଲେ, କାରଣ…

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱରର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ନେଇ ଏବେ ଦେଶ ସାରା ଚର୍ଚ୍ଚା ଚାଲିଛି। ବିଶେଷ କରି ତାଙ୍କ ସରଳ ଜୀବନଯାପନ ସମସ୍ତଙ୍କୁ ଆକୃଷ୍ଟ କରିଥିବା ବେଳେ ଜାତୀୟ ଗଣମାଧ୍ୟମଗୁଡ଼ିକ ତାଙ୍କୁ ‘ଓଡ଼ିଶାର ମୋଦି’ ବୋଲି କହୁଛନ୍ତି। ଉଭୟ ଗଣମାଧ୍ୟମ ଓ ସୋଶାଲ୍ ମିଡିଆରେ ତାଙ୍କୁ ନେଇ ପ୍ରତିଦିନ କିଛି ନା କିଛି ଖବର ଆସୁଥିବା ବେଳେ ଆଜି ମଧ୍ୟ ଏକ ରୋଚକ କଥା ସାମ୍ନାକୁ ଆସିଛି। ପ୍ରତାପ ଷଡ଼ଙ୍ଗୀଙ୍କୁ ମନ୍ତ୍ରୀ ପଦ ଦେବାକୁ ଦଳ ସ୍ଥିର କରିବା ପରେ ଅଧ୍ୟକ୍ଷ ଅମିତ ଶାହ ତାଙ୍କୁ ଫୋନ୍ କରିଥିଲେ। ହେଲେ ସେ ଫୋନ୍ ଉଠାଇ ନଥିଲେ। ଅମିତ ଶାହ ତାଙ୍କୁ ବାରମ୍ବାର ଫୋନ୍ କରିଥିଲେ ବି ସେ ଫୋନ୍ ଉଠାଇ ନଥିଲେ। କାରଣ ତାଙ୍କ ଫୋନ୍ ସାଇଲେଣ୍ଟ୍‌ ମୋଡ୍‌ରେ ଥିଲା। ଅବଶ୍ୟ ପରେ ପ୍ରତାପ ଷଡ଼ଙ୍ଗୀ ଦଳୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଫୋନ୍ ଉଠାଇଥିଲେ।

‘ଆଜ୍‌ ତକ୍‌’ ୱେବ୍‌ସାଇଟ୍‌ରେ ପ୍ରକାଶିତ ଏହି ଖବର ଅନୁଯାୟୀ ନିଜେ ପ୍ରତାପ ଷଡ଼ଙ୍ଗୀ ଏକ ଟିଭି ଚ୍ୟାନେଲ୍‌କୁ ଦେଇଥିବା ସାକ୍ଷାତକାର ବେଳେ ଏ କଥା କହିଥିଲେ।

ସେ କହିଥିଲେ,“ଅପରାହ୍ନ ପ୍ରାୟ ତିନିଟା ବେଳେ ମୋ ପାଖକୁ ଏକ ଫୋନ୍ ଆସିଲା। ଫୋନ୍ କରିଥିବା ବ୍ୟକ୍ତି ମୋତେ କହିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆପଣଙ୍କ ସହିତ କଥା ହେବାକୁ ଚାହୁଁଛନ୍ତି। ଆପଣ ଫୋନ୍ କାହିଁକି ଉଠାଉ ନାହାନ୍ତି। ସେତେବେଳେ ମୁଁ ଦଳୀୟ କାର୍ଯ୍ୟାଳୟରେ ଥିଲି ଓ ଫୋନ୍‌କୁ ସାଇଲେଣ୍ଟ୍ କରି ଦେଇଥିଲି। ପରେ ଯେତେବେଳେ ମୁଁ ଅମିତ ଶାହଙ୍କ ସହିତ କଥା ହେଲି, ସେ ମୋତେ କହିଲେ ଯେ, ଆପଣ ଆଜି ସନ୍ଧ୍ୟା ୭ଟାରେ ମନ୍ତ୍ରୀ ଭାବେ ଶପଥ ନେବେ। ତା’ପୂର୍ବରୁ ସନ୍ଧ୍ୟା ୫ଟାରେ ପ୍ରଧାନମନ୍ତ୍ରୀଙ୍କ ସହିତ ଏକ ବୈଠକ ଅଛି।”

ମନ୍ତ୍ରୀ ହେବା କଥା ଶୁଣି ପ୍ରତାପ ଷଡ଼ଙ୍ଗୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଅମିତ ଶାହଙ୍କୁ କହିଥିଲେ,“ମୁଁ କ’ଣ ପାଇଁ ମନ୍ତ୍ରୀ ପଦରେ ଶପଥ ନେବି?”

ତା’ପରେ ଅମିତ ଶାହ କହିଥିଲେ, ଆପଣଙ୍କୁ ହିଁ ମନ୍ତ୍ରିମଣ୍ଡଳରେ ନିଆଯିବ। ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଆସିବେ।

ଅମିତ ଶାହଙ୍କ ସହିତ ଫୋନ୍‌ରେ କଥାବାର୍ତ୍ତା ହେବା ପରେ ପ୍ରତାପ ଷଡ଼ଙ୍ଗୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘରକୁ ଯାଇଥିଲେ। ତାଙ୍କୁ ସାଙ୍ଗରେ ନେଇ ଯିବାକୁ ଧର୍ମେନ୍ଦ୍ର ପାଖକୁ ବି ଫୋନ୍ ଆସିଥିଲା।

ସୂଚନାଯୋଗ୍ୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପ୍ରତାପ ଷଡ଼ଙ୍ଗୀଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି। ସେ ଏମ୍‌ଏସ୍‌ଏମ୍‌ଇ ସହିତ ପ୍ରାଣୀ ଓ ଗୋ ଏବଂ ମତ୍ସ୍ୟ ସଂପଦ ମନ୍ତ୍ରଣାଳୟ ମିଳିଛି। ସେ ୨୦୦୪ ଓ ୨୦୦୯ରେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ଏଥର ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି।

 



from Odisha Reporter http://bit.ly/2XmbX5v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages