ଶୋପିଆନ୍: ଜମ୍ମୁ କଶ୍ମୀରରେ ଆଜି ଯବାନ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଶୋପିଆନ୍ ଜିଲ୍ଲାରେ ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ମୃତ ଯବାନ ଦକ୍ଷିଣ କଶ୍ମୀରର ମୋଲୁ-ଚିତ୍ରଗାମ ଅଞ୍ଚଳର ବୋଲି ଜଣାପଡ଼ିଛି। ଏବେ ବି ଗୁଳି ବିନିମୟ ଜାରି ରହିଥିବା ସୂଚନା ରହିଛି।
ସୂଚନାଯୋଗ୍ୟ ଯେ ପୁଲଓ୍ୱାମା ଆକ୍ରମଣ ଏବଂ ବାଲାକୋଟ ଏୟାର ଷ୍ଟ୍ରାଇକ ପରେ କଶ୍ମୀରର ବିଭିନ୍ନ ଜିଲ୍ଲାରେ ସ୍ଥାନୀୟ ଆତଙ୍କବାଦୀ ସଂଗଠନ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି। ଗତ ପାଞ୍ଚ ମାସରେ ମେ ୩୧ ସୁଦ୍ଧା ୧୦୧ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ୨୩ ଜଣ ପାକିସ୍ତାନର ହୋଇଥିବା ବେଳେ ୭୮ ଜଣ ସ୍ଥାନୀୟ ଆତଙ୍କବାଦୀ ବୋଲି ଜଣାପଡ଼ିଛି। ଶୋପିଆନ୍ ଜିଲ୍ଲାରେ ୨୫ ଆତଙ୍କବାଦୀ ସହିତ ସବୁଠୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ସେହିପରି ପୁଲଓ୍ୱାମାରେ ୧୫, ଅଓ୍ୱନ୍ତିପୋରାରେ ୧୪ ଏବଂ କୁଲଗମରେ ୧୨ ଆତଙ୍କବାଦୀ ନିହତ ହୋଇଛନ୍ତି।
ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାରୁ ଏବେ କଶ୍ମୀରରେ ଲୁଚି ରହିଥିବା ସ୍ଥାନୀୟ ଆତଙ୍କବାଦୀ ସଂଗଠନ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି।
from Odisha Reporter http://bit.ly/2Z94abX
No comments:
Post a Comment