ପୁରୀ(ମଧୁସୂଦନ ମିଶ୍ର): ଜ୍ୱରରେ ଆକ୍ରାନ୍ତ ଶ୍ରୀଜିଉଙ୍କୁ ଗତକାଲି ବିଳମ୍ବିତ ରାତିରେ ଦଶମୂଳ ମୋଦକ ଲାଗି ହୋଇଛି। ଆଜି ଅଣବସରର ଦ୍ୱାଦଶୀ ତିଥିରେ ଗଜପତି ମହାରାଜାଙ୍କୁ ଶ୍ରୀଜିଉଙ୍କ ସୁସ୍ଥ ହେବା ଖବର ଦିଆଯିବ।
ଦେବସ୍ନାନ ପୂର୍ଣ୍ଣମୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଶ୍ରୀଜିଉ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ଫୁଲୁରି ତେଲ ମାଲିସ ସହ ବିଭିନ୍ନ ଔଷଧୀୟ ଉପଚାର କରାଯାଇଥିଲା। ଏହାପରେ ମହାପ୍ରଭୁ ଦଶମୂଳ ମୋଦକ ସେବନ କରିଛନ୍ତି।
ଅନ୍ୟପକ୍ଷରେ ଆଉ ମାତ୍ର ୩ ଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ତେଣୁ ତିନିରଥର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ବିଶ୍ୱକର୍ମା ମହାରଣା, ଭୋଇ ସେବାୟତ ଓ ରୂପକାର ସେବାୟତ ଜୋରସୋରରେ ଲାଗିଛନ୍ତି।
from Odisha Reporter https://ift.tt/2YmbIrR
No comments:
Post a Comment