ଚେରିରେ ରହିଛି ଅନେକ ଔଷଧୀୟ ଗୁଣ, ନାହିଁ କୌଣସି କ୍ଷତିକାରକ ଉପାଦାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 29, 2019

ଚେରିରେ ରହିଛି ଅନେକ ଔଷଧୀୟ ଗୁଣ, ନାହିଁ କୌଣସି କ୍ଷତିକାରକ ଉପାଦାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚେରି ଖାଇବାକୁ କାହାକୁ ବା ଭଲ ଲାଗେନି? ଏହା ଏମିତି ଏକ ଫଳ ଯାହାକି ଅଧିକାଂଶ ଲୋକଙ୍କ ପ୍ରିୟ। ଅନେକ ଲୋକ ଭାବିଥାନ୍ତି ଚେରି ଅତିରିକ୍ତ ମିଠା ହୋଇଥିବାରୁ ଏହା ହୁଏତ ଶରୀର ପାଇଁ ହାନୀକାରକ ହୋଇପାରେ। ହେଲେ ଏହା କେବଳ ଏକ ଭ୍ରାନ୍ତ ଧାରଣା। ବାସ୍ତବରେ କହିବାକୁ ଗଲେ ଚେରିରେ କୌଣସି କ୍ଷତିକାରକ ଉପାଦାନ ନାହିଁ। ଏହା ଶରୀର ପାଇଁ ଖୁବ୍‌ ଭଲ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଚେରିରେ କେଉଁ ସବୁ ଭଲ ଗୁଣ ରହିଛି।

୧) ଚେରିରେ ଏମିତି ଉପାଦାନ ରହିଛି ଯାହାକି ସହଜରେ ତ୍ୱଚାରେ ବାର୍ଦ୍ଧକ୍ୟପଣ ଆସିବାକୁ ଦିଏ ନାହିଁ। ନିୟମିତ ଚେରି ଖାଉଥିଲେ ତ୍ୱଚାର ଔଜଲ୍ୟ ସେମିତି ରହେ।

୨) ଏକ ଗବେଷଣାରୁ ଜଣାପଡ଼ିଛି ଯେ ପ୍ରତ୍ୟେକ ଦିନ ସକାଳୁ ଏବଂ ଶୋଇବା ପୂର୍ବରୁ ଚେରି ଜୁସ୍‌ ପିଇବା ଦ୍ୱାରା ଆପଣଙ୍କୁ ଭଲ ନିଦ ଆସିବ। କାରଣ ଚେରି ଜୁସ୍‌ ଆପଣଙ୍କ ନିଦକୁ ଘଣ୍ଟେରୁ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରିପାରିବ। ୫୦ରୁ ‌ଉର୍ଦ୍ଧ ବୟସର ଲୋକଙ୍କ ପାଇଁ ଏହି ଚେରି ଜୁସ୍‌ ଲାଭଦାୟକ।

୩) ହୃଦ୍‌ରୋଗୀଙ୍କ ପାଇଁ ଚେରି ଖୁବ୍‌ ଭଲ। ଚେରି ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରୁହେ। ଫଳରେ ହୃଦ୍‌ଘାତର ସମ୍ଭାବନା କମ୍‌ ଥାଏ।

୪) ଓଜନ ହ୍ରାସ କରିବାକୁ ଚାହୁଁଥିଲେ ଚେରି ଖୁବ୍‌ ଭଲ। ଚେରି ଖାଇ ଆପଣ ନିଜ ପେଟ ପୂରାଇ ପାରନ୍ତି। କାହିଁକି ନା, ଚେରିରେ ଆଦୌ ବି ଫ୍ୟାଟ୍‌ ନାହିଁ। ଏହା ଆମ ମେଟାବୋଲିଜିମ୍‌କୁ ସକ୍ରିୟ ରଖିଥାଏ। ଫଳରେ ଓଜନ ହ୍ରାସ ହେବାରେ ସହାୟକ ହୋଇଥାଏ।

୫) ଚେରି ଖାଇବା ଦ୍ୱାରା ବର୍ଷାଦିନେ ଶରୀରକୁ ଫାଇଦା ମିଳିଥାଏ । ଏଥିରେ ଥିବା କାର୍ବୋହାଇଡ୍ରେଟ, ଭିଟାମିନ୍ ଏ, ଭିଟାମିନ୍ ବି ଏବଂ ଭିଟାମିନ ସି, ବିଟା କିରୋଟିନ୍, କ୍ୟାଲସିୟମ ଏବଂ ପୋଟାସିୟମ ଶରୀରକୁ ସୁସ୍ଥ ରଖିଥାଏ।



from Odisha Reporter https://ift.tt/2LrALpN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages