ନୂଆଦିଲ୍ଲୀ: ୟୁପି କାନପୁରର କଂଗ୍ରେସ କର୍ମୀ ଆଜିଠୁ ଅନଶନ କରୁଛନ୍ତି। ଆଜି ଦିନ ୧୧ଟାରୁ ଏହି ଅନଶନ ଆରମ୍ଭ ହୋଇଛି। ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ନେଇ ଯେଉଁ ଜିଦି ଧରିଛନ୍ତି ତୁରନ୍ତ ଏହି ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରି କାନପୁର କଂଗ୍ରେସ କର୍ମୀ ଅନଶନ କରୁଛନ୍ତି। ଗତକାଲି ଏହି ଧାରଣା ବାବଦରେ କାନପୁର କଂଗ୍ରେସ କର୍ମୀ ବିଜ୍ଞପ୍ତି ପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ ଯେ ଚଳିତ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ କରିବା ପରେ ନିଜକୁ ଦାୟୀ କରିଛନ୍ତି ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏହି ଇସ୍ତଫାକୁ କିନ୍ତୁ ଦଳର ସମସ୍ତ ବର୍ଗ ବିରୋଧ କରିଛି। ଏହି ପରାଜୟ ପାଇଁ ସମସ୍ତେ ଦାୟୀ ବୋଲି କଂଗ୍ରେସ ନେତା ମାନେ କହିଛନ୍ତି। କିନ୍ତୁ ରାହୁଲ ତାଙ୍କ ନିଷ୍ପତ୍ତିରେ ଅଟଳ ରହିଛନ୍ତି।
ଦୁଇ ଦିନ ତଳେ କିଛି କଂଗ୍ରେସ କର୍ମୀଙ୍କୁ ବୁଝାଇବାକୁ ଯାଇ ନିଜ ଘରେ ଏକ ଛୋଟିଆ ବୈଠକ କରିଥିଲେ ରାହୁଲ ଗାନ୍ଧି। ଯେଉଁଥିରେ ସେ ନିଜର ମନର କଥା କର୍ମୀଙ୍କୁ କହିଥିଲେ, କାହିଁକି ସେ ଇସ୍ତଫା ଦେବାକୁ ଚାହୁଁଛନ୍ତି। ଦଳର ପରାଜୟ ପରେ କୌଣସି ମୁଖ୍ୟମନ୍ତ୍ରୀ, ପ୍ରଦେଶ ଅଧ୍ୟକ୍ଷ ଏଯାଏ ଇସ୍ତଫା ଦେଇ ନାହାନ୍ତି, ତେଣୁ ସେ ହିଁ ପରାଜୟ ପାଇଁ ଦାୟୀ ବୋଲି ଚିନ୍ତା କରି ଇସ୍ତଫା ଦେଇଛନ୍ତି ବୋଲି ରାହୁଲ ଗାନ୍ଧି କହିଥିଲେ।
ଏହାପରେ ପାଖାପାଖି ଦଳର ୧୪୫ ଜଣ ନେତା ଇସ୍ତଫା ଦେଇସାରିଛନ୍ତି। ଯେଉଁମାନେ କି ଦଳର ଆଗାମୀ ଭବିଷ୍ୟତ ବୋଲି ଗଣନା କରାଯାଏ। ହେଲେ କୌଣସି ମୁଖ୍ୟମନ୍ତ୍ରୀ ପରାଜୟ ପାଇଁ ନିଜକୁ ଦାୟୀ କରିନାହାନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ୍ ଦଳର ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି ବୋଲି କହିଥିବା ବେଳେ ମୁଖ୍ୟମନ୍ତ୍ରୀ ପଦବୀରୁ କିନ୍ତୁ ଇସ୍ତଫା ଦେଇନାହାଁନ୍ତି।
from Odisha Reporter https://ift.tt/2XdPmfG
No comments:
Post a Comment