ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ଯୋଜନା ଆଣିବ କେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 28, 2019

ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ଯୋଜନା ଆଣିବ କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ପାଇଁ ମୋଦି ସରକାର ଆଲୋଚନା କରୁଛନ୍ତି। ଏବେ ସମାନ ନୀତିରେ ସରକାର ଆଣିବାକୁ ଯାଉଛନ୍ତି ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ଯୋଜନା। ଏହା ଦ୍ୱାରା ଜଣେ ଉପଭୋକ୍ତା ଦେଶର ଯେ କୌଣସି ଦୋକାନରୁ ଚାଉଳ, ଗହମ ଆଦି ଆଣି ପାରିବେ। ଖୁବ ଶୀଘ୍ର ମୋଦି ସରକାର ଦେଶବାସୀଙ୍କୁ ଏଭଳି ଏକକୀକରଣ ଯୋଜନା ଭେଟି ଦେବାକୁ ଯାଉଛନ୍ତି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଲାସ ପାସଓ୍ୱାନ ରାଜ୍ୟସଭାର ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ ବେଳେ ଏହା କହିଛନ୍ତି।

ଖାଲି ଏତିକି ଯୋଜନାର ବିଶେଷତଃ ନୁହେଁ, ଏହି ସେବା କ୍ୟାସଲେସ ମୋଡ଼ରେ କରିବା ପାଇଁ ମଧ୍ୟ କେନ୍ଦ୍ର ଚିନ୍ତା କରିଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ଏହାଦ୍ୱାରା ଦେଶର ଯେ କୌଣସି ଉପଭୋକ୍ତା ଅନ୍ୟ ସ୍ଥାନକୁ ଗଲେ ମଧ୍ୟ ସରକାରଙ୍କ ଏହି ଯୋଜନାକୁ ଲାଭବାନ ହୋଇପାରିବ। ଏହି ଅବସରରେ ମନ୍ତ୍ରୀ ପାସଓ୍ୱାନ ସ୍ପଷ୍ଟ କରିଛନ୍ତି ଯେ ପିଡିଏସ ଉପଭୋକ୍ତା ହେବା ପାଇଁ ହେଲେ ଆଧାର କାର୍ଡ ଅନିର୍ବାର୍ଯ୍ୟ ନୁହେଁ।

ସୂଚନାଯୋଗ୍ୟ ମୋଦି ସରକାର ୨୦୩୦ ସୁଦ୍ଧା ଦେଶରୁ ଗରିବି ହଟାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ପୂର୍ବ ସରକାର ଅଧିନିୟମ ୨୦୧୩ ଅନୁଯାୟୀ ସହରରେ ୫୦ ପ୍ରତିଶତ ଏବଂ ଗାଁରେ ୭୫ ପ୍ରତିଶତ ଅଞ୍ଚଳରେ ସାର୍ବଜନୀନ ଭାବରେ ପିଡିଏସ ଚାଉଳ ଯୋଗାଇବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛନ୍ତି।



from Odisha Reporter https://ift.tt/32a2y42

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages