ଭୁବନେଶ୍ୱର/ପୁରୀ(ଓଡ଼ିଶା ରିପୋର୍ଟର): ତାତିରୁ ମିଳିଛି ଆଶ୍ୱସ୍ତି। ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ରାଜଧାନୀ ଭୁବନେଶ୍ୱର ସମେତ ପୁରୀ, ଖୋର୍ଦ୍ଧା,ବାଲେଶ୍ୱର, ମୟୂରଭଞ୍ଜ ସହ ଅଧିକାଂଶ ଉପକୂଳବର୍ତ୍ତୀ ଜିଲ୍ଲାରେ ଅପରାହ୍ଣରୁ ପବନ ସାଙ୍ଗକୁ ବର୍ଷା ହୋଇଥିଲା। ରାଜଧାନୀରେ ସନ୍ଧ୍ୟାରୁ ପ୍ରବଳ ପବନ ସାଙ୍ଗକୁ ବର୍ଷା ହୋଇଥିଲା। ସେହପରି ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ବଡ଼ ଗୁଡ଼ତାରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ କରୁଣାକର ମୁର୍ମୁ।
ଅନ୍ୟପକ୍ଷରେ ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ ଗୁରୁବାଇ ଗାଁରେ ବଜ୍ରପାତରେ ୮ଟି ଗୋରୁଙ୍କ ମୃତ୍ୟୁ ହୋଇଛି। ଗଛମୂଳେ ଛିଡ଼ା ହୋଇଥିବା ଗୋରୁ ପଲଙ୍କ ଉପରେ ବଜ୍ରପାତ ହୋଇଥିଲା। ଘଟଣା ସ୍ଥଳରେ ହିଁ ୮ଟି ଗୋରୁଙ୍କ ମୃତ୍ୟୁ ହୋଇଥିଲା।
ଗତକାଲି ୧୧ ସହର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିଲା। ତେବେ ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡ଼ା। ଏଠାରେ ୪୫.୨ ଡିଗ୍ରୀ ରହିଥିଲା।
from Odisha Reporter http://bit.ly/2ET87JS
No comments:
Post a Comment