ସମ୍ୱଲପୁର(ସଞ୍ଜୟ ଜେନା):ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ସହର ଚଳଚଞ୍ଚଳ ହୋଇପଡ଼ିଛି। ଶିବ ବିବାହ ପାଇଁ ଗତ ରାତିରେ ନିର୍ବନ୍ଧ କାର୍ଯ୍ୟ ବା ପତରପେଣ୍ଡି ସମ୍ପନ୍ନ ହୋଇଛି। ସହରର ଝାଡୁଆପଡା, ମୋଦିପଡା ,ବଡବଜାର , ବାଲିବନ୍ଧ, ବୁଢାରଜା ଓ ଠାକୁରପଡା ସମେତ ଅନ୍ୟାନ୍ୟ ଶିବ ମନ୍ଦିରରୁ କନ୍ୟା ଅନ୍ୱେଷଣ ଶୋଭାଯାତ୍ରା ବାହାରି କନ୍ୟା ମାତା-ପିତାଙ୍କ ଘରେ ପହଞ୍ଚିଥିଲା।
ପରମ୍ପରା ଅନୁସାରେ, ବରପକ୍ଷ ଦେବୀ ପାର୍ବତୀଙ୍କ ସମ୍ପର୍କରେ ଜିଜ୍ଞାସା କରିବା ସହ ଭୋଳାବାବାଙ୍କ ଗୁଣଗ୍ରାମ ବିଷୟରେ କନ୍ୟାପକ୍ଷଙ୍କୁ ଅବଗତ କରାଇଥିଲେ। ଶେଷରେ କନ୍ୟାପକ୍ଷ ସହମତ ହେବା ପରେ ସର୍ଗି ପତ୍ର ବିଡା ଦେଇ ବିବାହ ପାଇଁ ନିର୍ବନ୍ଧ ପକ୍କା କରାଯାଇଥିଲା।
ଶିବ ବିବାହର ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ପର୍ଯ୍ୟାୟ ହେଲା ନିର୍ବନ୍ଧ କାର୍ଯ୍ୟ। ନିର୍ବନ୍ଧ ସରିବା ପରେ କନ୍ୟା ମାତାପିତାମାନେ ବିବାହ ପାଇଁ ଯୋଗାଡରେ ଲାଗିବେ। ନିର୍ବନ୍ଧ ପରଦିନ ଅର୍ଥାତ୍ ଆଜି ସଂଧ୍ୟାରେ ଦେବ ନିମନ୍ତ୍ରଣ ବା ଗୁଆଗୁଣ୍ଡା ଅନୁଷ୍ଠିତ ହେବ। ଅନ୍ୟ ଦେବାଦେବୀମାନଙ୍କ ମନ୍ଦିରକୁ ଯାଇ ଶିବ ବିବାହରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯିବ।
ଗତ ୩ ତାରିଖ ରାତିରେ କେବଳ ନନ୍ଦପଡାର ବମବରାଡ ବାଲୁଙ୍କେଶ୍ୱର ବାବାଙ୍କର ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଆସନ୍ତାକାଲି ଶିବ ବିବାହ ଅନୁଷ୍ଠିତ ହେବ।
from Odisha Reporter http://bit.ly/31bARqZ
No comments:
Post a Comment