ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସହିଦ୍ ଅଜିତ ସାହୁଙ୍କ ମରଶରୀର ନେଇ ଆସିଥିବା କଫିନ୍ ଉପରେ ବିଜେଡିର ଦଳୀୟ ପତାକା ଢଙ୍କାଯିବା ଘଟଣାକୁ ଟ୍ୱିଟ୍ କରି ନିନ୍ଦା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ ନିଜର ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ, ସହିଦ ଓଡ଼ିଆ ଯବାନଙ୍କୁ ନେଇ ଶାସକ ଦଳର ଏଭଳି ରାଜନୀତି ଦୁର୍ଭାଗ୍ୟଜନକ। କଫିନ ଉପରେ ତ୍ରିରଙ୍ଗା ପରିବର୍ତ୍ତେ ଦଳୀୟ ପତାକା ଢଙ୍କାଯିବା ନିନ୍ଦନୀୟ।
ଏଭଳି ଘଟଣାର ଦୃଷ୍ଟି ଆକର୍ଷଣ ପାଇଁ ଜାତୀୟ ଗଣମାଧ୍ୟମକୁ ବୈଜୟନ୍ତ ପଣ୍ଡା ଅନୁରୋଧ କରିଛନ୍ତି। ସେ ଆହୁରି କହିଛନ୍ତି,“ ଏହି ଘଟଣା ପାଇଁ ବିଜେଡି କ୍ଷମା ମାଗୁ।”
Very unfortunate, politicising the death of an Indian soldier by the ruling party in Odisha draping his coffin with their party flag instead of the tricolor.
Request national media to call this out, & BJD to apologise & commit to never repeating it 🙏🙏🙏 https://t.co/Y70tdx5aJB
— Baijayant Jay Panda (@PandaJay) June 21, 2019
ସୂଚନାଯୋଗ୍ୟ, ସୋମବାର ଜାମ୍ମୁ ଓ କଶ୍ମୀରର ପୁଲୱାମା ଅରିହଲ୍ ଅଞ୍ଚଳରେ ଯବାନଙ୍କ ଗାଡ଼ି ଯିବା ବେଳେ ଯେଉଁ ଆଇଇଡି ବିସ୍ଫୋରଣ ହୋଇଥିଲା ସେଥିରେ ହାବିଲଦାର ଅମରଜିତ କୁମାର ଏବଂ ଅଜିତ ସାହୁ ସହିଦ୍ ହୋଇଥିଲେ। ବୁଧବାର ମଧ୍ୟରାତ୍ରିରେ ସହିଦ ଅଜିତ ସାହୁଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା। ଏହାପରେ ସହିଦଙ୍କ ମରଶରୀରକୁ ୧୨୦ ବାଟାଲିୟାନକୁ ନିଆଯାଇ ସେଠାରେ ସେନା ପକ୍ଷରୁ ସହିଦଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ପରେ ରାଜ୍ୟପାଳ ପ୍ର. ଗଣେଶୀ ଲାଲ୍ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।
ଏହାପରେ ସହିଦ ଅଜିତ ସାହୁଙ୍କ ମରଶରୀରକୁ ଢେଙ୍କାନାଳ ଜିଲ୍ଲା ବଡ଼ସୁଆଁଳ ଗାଁକୁ ନିଆଯାଇଥିଲା। ସହିଦଙ୍କ ମରଶରୀର ତାଙ୍କ ଜନ୍ମମାଟିକୁ ଯିବା ବାଳେ କଫିନ ଉପରେ ବିଜେଡି ପତାକା ଘୋଡ଼ାଇ ଦିଆଯାଇ ଥିବା ଦେଖିବାକୁ ମିଳିଥିଲା।
୨୦୧୫ ମସିହାରେ ସହିଦ ଅଜିତ ସାହୁ ସେନାରେ ଯୋଗ ହୋଇଥିଲେ। କିଛି ଦିନ ତଳେ ଜମ୍ମୁ ଓ କଶ୍ମୀରକୁ ତାଙ୍କ ବଦଳି ହୋଇଥିଲା।
from Odisha Reporter http://bit.ly/2Y4BsJ8
No comments:
Post a Comment