ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା କଣିହାଁ ବନାଞ୍ଚଳ ଅନ୍ତର୍ଗତ ସୁଲେଇପାଳ ଗାଁରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକମାନେ ହେଲେ ଦେବଦତ୍ତ ସାମଲ ଓ ସୁଧା ମହାନ୍ତି (୫୦)।
ଗତକାଲି ସନ୍ଧ୍ୟାରେ ଦେବଦତ୍ତ ପାଖ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଦେବଦତ୍ତଙ୍କୁ ହାତୀ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରୁ ତାଙ୍କୁ ଉଦ୍ଧାର କରି ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
ସେହିପରି ସେହି ଗାଁର ସୁଧା ମହାନ୍ତି ଗତକାଲି ସକାଳେ ପାଖ ଜଙ୍ଗଲକୁ ଯାଇଥିଲେ। ହେଲେ ସେ ଆଉ ଘରକୁ ଫେରି ନ ଥିଲେ। ଆଜି ସକାଳ ତାଙ୍କ ମୃତଦେହକୁ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଘଟଣା ସ୍ଥଳରେ କଣିହାଁ ବନାଞ୍ଚଳ ଅଧିକାରୀ ଓ ରେଙ୍ଗାଳି ପୁଲିସ୍ ପହଞ୍ଚି ତଦନ୍ତ କରୁଛନ୍ତି।
from Odisha Reporter http://bit.ly/2RtGZWV
No comments:
Post a Comment