ହାସ୍ୟାଭିନେତା ସଲିଲ ମିତ୍ରଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 3, 2019

ହାସ୍ୟାଭିନେତା ସଲିଲ ମିତ୍ରଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ହାସ୍ୟାଭିନେତା ସଲିଲ ମିତ୍ରଙ୍କ ପରଲୋକ ହୋଇଛି। ଗତକାଲି ରାତିରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ଗତ ୧୨ ତାରିଖରେ କେନ୍ଦୁଝର ଜିଲ୍ଲା ଘଟଗାଁ କଲେଜ ଛକ ନିକଟରେ ସଲିଲଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଓ ପରେ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ଓଲିଉଡ୍ ଚଳଚ୍ଚିତ୍ର ଜଗତର ସେ ଜଣେ ଲୋକପ୍ରିୟ ହାସ୍ୟାଭିନେତା ଭାବେ ଜଣାଶୁଣା। ସେ ଉଭୟ ଫିଲ୍ମ ଓ ଧାରାବାହିକରେ ହାସ୍ୟ ଅଭିନେତା ଭେବେ ନିଜ ପରିଚୟ ସୃଷ୍ଟି କରିଥିଲେ।  ୧୯୯୯ ମସିହାରେ ପୁଅ ଭାଙ୍ଗିଦେଲା ସୁନା ସଂସାର ଚଳଚ୍ଚିତ୍ରରୁ ସେ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ଶାସ୍ତି, ଲଭ୍ ଷ୍ଟେସନ୍, ଲଭ୍ ପାଇଁ କୁଛ୍ ଭି କରେଗା, ମହାନାୟକ, ଗପ ହେଲେ ବି ସତ, ସିଷ୍ଟର ଶ୍ରୀଦେବୀ ଆଦି ଫିଲ୍ମରେ ଅଭିନୟ କରି ସେ ଓଡ଼ିଆ ଦର୍ଶକଙ୍କ ମନ ଜିଣି ପାରିଛନ୍ତି।  ତାଙ୍କ ମୃତ୍ୟୁରେ  ଓଡ଼ିଆ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି।

ଅଧିକ ପଢ଼ନ୍ତୁ- ଦୁର୍ଘଟଣାରେ ହାସ୍ୟାଭିନେତା ସଲିଲ ମିତ୍ର ଗୁରୁତର ଆହତ



from Odisha Reporter http://bit.ly/2Z98vvQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages