ଏହି ଗଛ ଲଗାଇବା ଦ୍ୱାରା ଘରୁ ଦୂର ହୋଇଥାଏ ବାସ୍ତୁ ଦୋଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 3, 2019

ଏହି ଗଛ ଲଗାଇବା ଦ୍ୱାରା ଘରୁ ଦୂର ହୋଇଥାଏ ବାସ୍ତୁ ଦୋଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରେ ବାସ୍ତୁ ଦୋଷ ଦୂର କରିବା ପାଇଁ ସମସ୍ତେ ପୂଜା ପାଠ ଉପରେ ବିଶ୍ୱାସ କରିଥାନ୍ତି।  କ’ଣ ଆପଣ ଜାଣିଛନ୍ତି କି ଘରେ ଗଛ ଲଗାଇବା ଦ୍ୱାରା ମଧ୍ୟ ବାସ୍ତୁ ଦୋଷ ଦୂର ହୋଇଥାଏ। କୁହାଯାଏ ଯେ, ଏମିତି କିଛି  ଗଛ ରହିଛି ଯାହାକୁ ଲଗାଇବା ଦ୍ୱାରା ଘରେ ସକରାତ୍ମକ ପ୍ରଭାବ ପଡ଼ିଥାଏ। ତାହେଲେ ଜାଣନ୍ତୁ ଘରେ କେଉଁ ସବୁ ଗଛ ଲଗାଇଲେ ବାସ୍ତୁ ଦୋଷ ଦୂର ହୋଇଥାଏ।

ଅଶୋକ ଗଛ

କୁହାଯାଏ ଘର ପାଖରେ ଅଶୋକ ଗଛ ଲଗାଇବା ଦ୍ୱାରା ବହୁ ଅଶୁଭ ଶକ୍ତିର ବିନାଶ ଘଟିଥାଏ। ଏହା ଘର ପାଇଁ ଶୁଭ ହୋଇଥାଏ।

ଅଶ୍ୱଗନ୍ଧା

ଅଶ୍ୱଗନ୍ଧା ଗଛକୁ ଏକ ପ୍ରକାର ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ। ବାସ୍ତୁ ଅନୁସାରେ ଘରର ସୀମାରେ ଅଶ୍ୱଗନ୍ଧା ଗଛ ଲଗାଇଲେ ତାହା ଘର ପାଇଁ ଶୁଭ ହୋଇଥାଏ। ଏହା ଦ୍ୱାରା ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।

ନଡ଼ିଆ

ଏହି ଗଛ ଘର ପାଖରେ ରହିଲେ ବହୁତ ଶୁଭ ହୋଇଥାଏ। ପରିବାର ସଦସ୍ୟଙ୍କ ମାନ ମମ୍ମାନ ବୃଦ୍ଧି ହେବା ସହ ଉନ୍ନତି ମଧ୍ୟ ହୋଇଥାଏ।

ଡାଳିମ୍ବ ଗଛ

କିଛି କାରଣ ଯୋଗୁ ଏହାକୁ ଘର ପାଖରେ ଲଗାଇବା ଅଶୁଭ ବୋଲି କୁହାଯାଇଥାଏ। ହେଲେ ସଠିକ୍‌ ବାସ୍ତୁବିତ୍‌ମାନଙ୍କ ମତ ନେଇ ଏହି ଗଛ ସଠିକ୍‌ ଦିଗରେ ଲଗାଇଲେ ଏହା ଶୁଭ ହୋଇଥାଏ।

ଜାମୁ ଗଛ

ବାସ୍ତୁ ଅନୁସାରେ ଜାମୁ ଗଛ ଘର ପାଖରେ ଲଗାଇବା ଶୁଭ ହୋଇଥାଏ। ଏହାକୁ ଉତ୍ତର ଦିଗରେ ଲଗାଇବାକୁ ଭଲ ବୋଲି କୁହାଯାଏ ନାହିଁ। ଯଦି ଘରର ଉତ୍ତର ଦିଗରେ ଜାମୁ ଗଛ ଅଛି ତାହାଲେ ଏହାକୁ କାଟି ଦିଅନ୍ତୁ।

 



from Odisha Reporter http://bit.ly/2ENp2NV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages