ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲୱାମାରେ ଗୁରୁବାର ବିଳମ୍ବିତ ରାତିରେ ହୋଇଥିବା ଏନ୍କାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ୪ ଆତଙ୍କବାଦୀଙ୍କ ମଧ୍ୟରେ ଜମ୍ମୁ-କଶ୍ମୀର ପୁଲିସ୍ର ଜଣେ ଫେରାର ଏସ୍ପିଓ ବି ସାମିଲ ଅଛନ୍ତି। ସେ ଗତକାଲି ସନ୍ଧ୍ୟାରେ ନିଜ ସର୍ଭିସ୍ ରାଇଫଲ୍ ନେଇ ଫେରାର ହୋଇଯାଇଥିଲେ।
ଦକ୍ଷିଣ କଶ୍ମୀରର ପୁଲୱାମାର ଲସ୍ସିପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀମାନେ ସୂଚନା ପାଇବା ପରେ ସେଠାରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିୟମ ହୋଇଥିଲେ। ଏଥିରେ ଲୁଚି ରହିଥିବା ସମସ୍ତ ୪ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି।
ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦୀଙ୍କୁ ସଂପୂର୍ଣ୍ଣ ସଫା କରିବାକୁ ଅପରେସନ୍ ଅଲ୍ଆଉଟ୍ ଜାରି ରହିଛି। ଗତବର୍ଷ ସୁରକ୍ଷାକର୍ମୀମାନେ ୨୫୦ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ଚଳିତ ବର୍ଷ ଏ ସଂଖ୍ୟା ୧୦୦ ଟପି ସାରିଲାଣି।
ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ଖୁବ୍ଶୀଘ୍ର ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏହି ଯାତ୍ରାର ସୁରକ୍ଷା ଦାୟିତ୍ୱ ସଂପୂର୍ଣ୍ଣ ଭାବେ ଏଠାରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କର। ଅନ୍ୟପକ୍ଷରେ ସବୁ ବର୍ଷ ଅମରନାଥ ଯାତ୍ରାକୁ ହିଁ ଆତଙ୍କବାଦୀମାନେ ଟାର୍ଗେଟ୍ କରିବାକୁ ଚେଷ୍ଟା କରି ଥାଆନ୍ତି।
from Odisha Reporter http://bit.ly/2I276S2
No comments:
Post a Comment